ଏନ୍‌ସିବି ହାତରେ ଧରାପଡିଲା ରିୟାଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟବସାୟୀ

0

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗିରଫ ହେଲେ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀ । ପୂର୍ବରୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବତ୍ତିୀ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଏନ୍‌ସିବି ଗିରଫ କରିସାରିଛି ।

ଏବେ ଉଭୟଙ୍କୁ ଡ୍ରଗ୍ସ ଯୋଗାଉଥିବା ଜଣେ ଡ୍ରଗ୍ସ ପେଡଲରଙ୍କୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାଁ କରମଜିତ। ସେ ସାମୁଏଲ ମିରାଣ୍ଡା ଏବଂ ସୌଭିକଙ୍କୁ ଡ୍ରଗ୍ସ ଯୋଗାଉଥିଲା । ଏବଂ ଏହି ଡ୍ରଗ୍ସକୁ ରିୟା ସୁଶାନ୍ତଙ୍କ ପାଖରେ ପହଂଚାଉଥିଲେ ।

ସୂଚନା ମୁତାବକ ଏନ୍‌ସିବିର ଏକ ଟିମ୍ ଆଜି ସକାଳୁ ମୁମ୍ବାଇ ଏବଂ ଗୋଆର ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା । ପରେ ଏହି ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ବଲିଉଡରେ ଡ୍ରଗ୍ସ କନେକସନ୍‌କୁ ନେଇ ଏହି ଚଢ଼ାଉ କରାଯାଇଥିବା ନେଇ ଏନ୍‌ସିବି ସୂଚନା ଦେଇଛି । ଚଢ଼ାଉ ପରେ ଏନ୍‌ସିବି ଟିମ୍ ଗୋଆର ଅନେକ ଲୋକଙ୍କୁ ଅଟକ ରଖିଛି । ଆହୁରି ଅନେକ ଡ୍ରଗ୍ସ ବ୍ୟବସାୟୀଙ୍କୁ ଏନ୍‌ସିବି ଗିରଫ କରିପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.