ନୀଳକନ୍ଦରରେ ନୀଳମଣିକୁ ଦେଖିଲେ ଶ୍ରୀକ୍ଷେତ୍ରବାସୀ

0

ପୁରୀ: ଦୀର୍ଘ ୯ ମାସ ପରେ ବଡ଼ଦେଉଳର ରତ୍ନ ସିଂହାସନରେ ଆଖି ଦେଖିଲା ଚକାନୟନ । ଭକ୍ତ ଓ ଭଗବାନଙ୍କ ମିଳିନ ହେଲା । ଆଜିଠାରୁ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପୁରୀ ବାସିନ୍ଦା । ମାର୍କେଟ ଛକଠାରୁ ବ୍ୟାରିକେଡ୍‌ ଦେଇ ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ପ୍ରବେଶ ପୂର୍ବରୁ ସାନିଟାଇଜ ହେବା ସହ ପରିଚୟପତ୍ର ଓ ଟୋକନ ଦେଖାଇ ଭିତରକୁ ଯାଉଛନ୍ତି ଭକ୍ତ ।

ସେବାୟତଙ୍କ ପରିବାର ପରେ ଆଜିଠାରୁ ପୁରୀବାସୀଙ୍କୁ ମିଳିଛି ମହାବାହୁଙ୍କ ମହାଦର୍ଶନ କରିବାର ସୁଯୋଗ । ସକାଳ ସାଢ଼େ ୭ଟାରୁ ଭକ୍ତଙ୍କୁ ଦର୍ଶନ ପାଇଁ ଭିତରକୁ ଛଡ଼ାଯାଇଥିଲା । ତିନିଟି ସିଫ୍ଟରେ ପହୁଡ଼ ଯାଏଁ ସାଧାରଣ ଦର୍ଶନ ଅନୁଷ୍ଠିତ ହେବ । ପୁରୀର ୭ଟି ୱାର୍ଡର ଲୋକ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ । ୩୧ ତାରିଖ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ୱାର୍ଡ ବାସିନ୍ଦାଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି ।

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପରୀକ୍ଷାମୂଳକ ଭାବେ ଏହି ଦର୍ଶନ ବ୍ୟବସ୍ଥା କରାଯାଉଥିବା ବେଳେ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ ବି କରାଯାଉଛି । ଆସନ୍ତା ୩ ତାରିଖରୁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଏଥିପାଇଁ ୯୬ ଘଣ୍ଟା ମଧ୍ୟରେ କୋଭିଡ ନେଗେଟିଭ ରିପୋର୍ଟ ଆବଶ୍ୟକ ।

Leave A Reply

Your email address will not be published.