ପ୍ରକାଶ ପାଇଲା ଫିଲ୍ମ ‘ଭୁଲ୍ ଭୁଲେୟା ୨’‌ର ରିଲିଜ ଡେଟ୍‌

0

ନୂଆଦିଲ୍ଲୀ: ଫିଲ୍ମ ‘ଭୁଲ୍ ଭୁଲେୟା ୨’ ରିଲିଜ୍ ତାରିଖ ପ୍ରକାଶ ପାଇଛି। ଗତ ବର୍ଷ କରୋନା ହେତୁ ପ୍ରେକ୍ଷାଳୟଗୁଡ଼ିକ ଅନେକ ମାସ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଏଥିପାଇଁ ଅନେକ ଫିଲ୍ମର ସୁଟିଂ ଅଧାରୁ ବନ୍ଦ ହୋଇଯାଇଥିଲା ଏବଂ ଅଧିକାଂଶ ଫିଲ୍ମର ସୁଟିଂ ଶେଷ ହୋଇଥିଲେ ମଧ୍ୟ ରିଲିଜ ହୋଇପାରି ନଥିଲା।

 

କିନ୍ତୁ ବର୍ତ୍ତମାନ ନିର୍ଦ୍ଦେଶକ ଏବଂ ନିର୍ମାତା ସମସ୍ତେ ବଡ଼ ପରଦାକୁ ଫେରିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଲେଣି। ଗତ ବର୍ଷ କରୋନା ଯୁଗ ଯୋଗୁଁ ରିଲିଜ୍‌ ହୋଇପାରି ନଥିବା ଚଳଚ୍ଚିତ୍ର ଚଳିତ ବର୍ଷ ମୁକ୍ତିଲାଭ କରୁଛି। କ୍ରମାଗତ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରାଯାଉଛି। ଏହା ମଧ୍ୟରେ କାର୍ତ୍ତିକ ଆର୍ଯ୍ୟନ୍, କିଆରା ଆଡଭାନୀ ଏବଂ ତବୁଙ୍କ ଷ୍ଟାରର୍ ଫିଲ୍ମ ଭୁଲ୍ ଭୁଲେୟା ୨ ର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି।

 

ଚଳଚ୍ଚିତ୍ର ସମାଲୋଚକ ତରନ ଆଦର୍ଶ ତାଙ୍କ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଅନେଜ ବାଜମୀଙ୍କ ନିର୍ଦ୍ଦେଶିତ ଭୁଲ୍ ଭୁଲେୟା ୨ ‘ ଚଳିତ ବର୍ଷ ନଭେମ୍ବର ୧୯ ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ପୂର୍ବରୁ ଜୁଲାଇ ୩୧, ୨୦୨୦ ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ କରୋନା ମହାମାରୀ ଯୋଗୁଁ ଏହା ସମ୍ଭବ ହୋଇପାରି ନଥିଲା।

Leave A Reply

Your email address will not be published.