ବୈଷୟିକ ପାଠ୍ୟକ୍ରମରେ ସିଲାବସ ହ୍ରାସ ହେବନି: ମନ୍ତ୍ରୀ

0

ଭୁବନେଶ୍ୱର: ବୈଷୟିକ ପାଠ୍ୟକ୍ରମର ସିଲାବସ୍ ହ୍ରାସ କରିବାକୁ ଓଡିଶା ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି।

ରାଜ୍ୟ ବିଧାନସଭାରେ ବିଜେଡି ସଦସ୍ୟ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ସମସ୍ତ ବୈଷୟିକ ଅନୁଷ୍ଠାନ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଅନଲାଇନରେ ପରୀକ୍ଷା ହେବା ପରେ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳ ଘୋଷଣା କରାଯିବ।

ସୂଚନାଯୋଗ୍ୟ, ଡିସେମ୍ବର ୨୮ରୁ ରାଜ୍ୟର ସମସ୍ତ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (ଆଇଟିଆଇ) ପୁନଃ ଖୋଲାଯାଇଛି ଏବଂ ଜାନୁୟାରୀ ୧୧ରୁ ସମସ୍ତ ଡିଗ୍ରୀ ଏବଂ ଡିପ୍ଲୋମା ଇନଷ୍ଟିଚ୍ୟୁସନ ଏବଂ ଫେବୃଆରୀ ୧୦ରୁ ରେଗୁଲାର ଫିଜିକାଲ୍ କ୍ଲାସ୍ ଆରମ୍ଭ ହୋଇଛି।

ସେହିପରି ଏକ୍ସଟ୍ରା କ୍ଲାସ୍ ମାଧ୍ୟମରେ ଅବଶିଷ୍ଟ ପାଠ୍ୟକ୍ରମ ସମାପ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେଉଁଥିପାଇଁ ସିଲାବସ୍ ହ୍ରାସ କରିବାର କୋୖଣସି ପ୍ରଶ୍ନ ଉଠୁନି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି।

Leave A Reply

Your email address will not be published.