ହୁ ହୁ ହୋଇ ଜଳିଗଲା ଟ୍ରକ; ବର୍ତ୍ତିଗଲେ ଡ୍ରାଇଭର ଓ ହେଲପର୍

0

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବାରେ ଘଟିଛି ଏକ ଅଭାବନୀୟ ଘଟଣା। ସର୍ଟ ସର୍କିଟରୁ ନିଆଁ ଲାଗି ଏକ ଟ୍ରକ ହୁ ହୁ ହୋଇ ଜଳିଯାଇଥିବା ସୂଚନା ମିଳିଛି I

 

ସୁଚାନୁଯାୟୀ, ସୋମବାର ବିଳମ୍ୱିତ ରାତିରେ ରାଜଗାଙ୍ଗପୁରରୁ ସିମେଣ୍ଟ ବୋଝଇ ହୋଇ ଆସୁଥିବା ଏକ ଟ୍ରକରେ ଅଚାନକ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି। ଟ୍ରକର କ୍ୟାବିନ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି I ସୌଭାଗ୍ୟ ବଶତଃ ଟ୍ରକ ଡ୍ରାଇଭର ଓ ହେଲପର ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

 

ଖବର ପାଇ ଘଟଣାସ୍ଥଳରେ ବିନିକା ଓ ଏସ ରାମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ରହିଛି।

Leave A Reply

Your email address will not be published.