ଟିକା ନେଲେ ସେରମ୍‌ ସିଇଓ ଆଦର ପୁନାୱାଲା

0

ନୂଆଦିଲ୍ଲୀ: ଭାରତରେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଶୁଭାରମ୍ଭ କରିଛନ୍ତି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କୋଭିଶିଲ୍ଡ ଟିକା ନେଇଛନ୍ତି। ସେ ଟ୍ୱିଟରେ ଏହାର ଭିଡିଓ ଝସେୟାର କରିଛନ୍ତି।

ସେ ଟ୍ୱିଟ୍‌ କରି କହିଛନ୍ତି ଯେ ମୁଁ ବିଶ୍ୱର ସର୍ବବୃହତ କୋଭିଡ୍‌ ଟିକାକରଣ ରୋଲ-ଆଉଟ୍ ଆରମ୍ଭ କରିବାରେ ଭାରତ ଏବଂ ଶ୍ରୀ @ ନରେନ୍ଦ୍ର ‌ମୋଦୀଜୀଙ୍କୁ ବହୁତ ବଡ ସଫଳତା କାମନା କରୁଛି। ଏହା ମୋତେ ଗର୍ବିତ କରେ ଯେ #COVISHIELD ଏହି ଐତିହାସିକ ପ୍ରୟାସର ଏକ ଅଂଶ ଏବଂ ଏହାର ସୁରକ୍ଷା ଏବଂ କାର୍ଯ୍ୟକାରିତାକୁ ସମର୍ଥନ କରିବା ପାଇଁ ମୁଁ ଆମର ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହ ଯୋଗଦେଉଛି ନିଜେ ଟିକା ନେଇଛି ବୋଲି ଆଦର ପୁନାୱାଲା ଟ୍ୱିଟରରେ ଲେଖିଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ପ୍ରଥମ ପର୍ଯ୍ୟାୟରେ ତିନି କୋଟି ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରାଯିବ। DCGI ସେରମ୍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଏବଂ ସ୍ବଦେଶୀ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି।

Leave A Reply

Your email address will not be published.