ନିଟ ପ୍ରବେଶିକା ପରୀକ୍ଷା କେନ୍ଦ୍ର ତଦାରଖ କଲେ ଉପବାଚସ୍ପତି

0

ଅନୁଗୋଳ : ଅନୁଗୋଳ ଜିଲ୍ଲା ଅରାହାଟ ନାରାୟଣୀ ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଠାରେ ଆସନ୍ତା ୧୩ତାରିଖରେ ହେବାକୁ ଥିବା ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ପରୀକ୍ଷା କେନ୍ଦ୍ରର ତଦାରଖ କରିଛନ୍ତି । “ମୋ ପରିବାର” ପକ୍ଷରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ମାନେ କିଭଳି ସାନିଟାଇଜର ହେବେ ସାମାଜିକ ଦୂରତା ରକ୍ଷାକରି ପରୀକ୍ଷା ଦେବେ ଓ ସମସ୍ତେ କିଭଳି ମାସ୍କ ପରିଧାନ କରିବେ ସେ ବିଷୟରେ ଉପ ବାଚସ୍ପତି ଗୁରୁତ୍ୱ ଦେଇଥିଲେ। ପିଲାମାନଙ୍କ ପାଇଁ ପାଣି ଟ୍ୟାଙ୍କରର ବ୍ୟବସ୍ଥା ପାଇଁ ଆଲୋଚନା ମଧ୍ୟ କରିଥିଲେ। କରୋନା ପାଇଁ କିଭଳି ସଚେତନତା ଅବଲମ୍ବନ କରାଯାଇ ପରୀକ୍ଷା ହେବ, ଛାତ୍ରଛାତ୍ରୀ ମାନେ କିପରି ପରୀକ୍ଷା ଦେବେ, ଅଭିଭାବକ ମାନେ କିପରି ଆସିବେ କେଉଁ ଠାରେ ଗାଡି ରଖିବେ କିପରି ଖାଇବେ ଓ ପିଲାମାନେ କେମିତି ଶାନ୍ତି ଶୃଙ୍ଖଳା ସହିତ ପରୀକ୍ଷା ଦେବେ ସେ ବିଷୟରେ ପରୀକ୍ଷା କେନ୍ଦ୍ରର ଅଧ୍ୟକ୍ଷାଙ୍କୁ ପଚାରି ବୁଝିଥିଲେ। ଏହି ତଦାରଖ ସମୟରେ ଉପ ବାଚସ୍ପତିଙ୍କ ସହ ଉପ ଜିଲ୍ଲାପାଳ ବାସୁଦେବ ଶତପଥୀ, ଏସ୍ଡିପିଓ ଅଶ୍ୱିନୀ ସାହୁ, ବଅଁରପାଳ ଥାନାଧିକାରୀ ସୁନୀଲ କୁମାର କର ଓ ଅନ୍ୟାନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ରହି ତଦାରଖ କରିଥିଲେ।

Leave A Reply

Your email address will not be published.