ଯୁବକଙ୍କୁ ପିଟି ପିଟି ମାରିଦେଲେ ! ଗାଁ ଦାଣ୍ଡରେ ପଡ଼ିଛି ମୃତଦେହ

0

ବ୍ରହ୍ମପୁର: ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ । ମୃତଦେହ ନିକଟରେ ପଡ଼ିଛି ଇଟା ଓ କାଠ ଫାଳିଆ । ଫଳରେ ହତ୍ୟା ସନ୍ଦେହ କରାଯାଉଛି । ଗାଁ ଦାଣ୍ଡରେ ପଡିଛି ମୃତଦେହ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ହୁମ୍ମା ଗାଁରେ ଘଟିଛି ଏହି ଅଭାବନୀ ଘଟଣା । ମୃତକ ହେଲେ ବଡ଼ସାହିର ଦଣ୍ଡପାଣି ବିଶ୍ୱାଳ ।

 

ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଶୌଚ ପାଇଁ ଯାଇଥିଲେ ଦଣ୍ଡପାଣି । ତାପରେ ଆଉ ଘରକୁ ଫେରି ନଥିଲେ । ଆଜି ସକାଳୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । କେହି ପିଟିପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ଖୋଳତାଡ ଜାରି ରଖିଛି ।

Leave A Reply

Your email address will not be published.