ଆଜି ରାଜ୍ୟରୁ ୬୯ କରୋନା ପଜିଟିଭ୍, ୧୨ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

0

ଭୁବନେଶ୍ୱର: ଆଜି ରାଜ୍ୟର ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ । ୨୪ ଘଣ୍ଟାରେ ୬୯ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୧ ଜଣ ଅଛନ୍ତି । ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮ଟି । ୧୨ ଜିଲ୍ଲାରୁ କେହି ନୂା ସଂକ୍ରମିତ ହୋଇ ନାହାନ୍ତି ।

ଗତ ୨୪ ଘଣ୍ଟାରେ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୧୧ ଜଣ ପଜିଟିଭ୍ କେସ୍ ବାହାରିଛି । ବାକି ୧୬ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ତଳେ ରହିଛି ।

 

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୬ହଜାର ୭୦୫କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୪ହଜାର ୧୦୭ ଆକ୍ରାନ୍ତ । ଏବେ ରାଜ୍ୟରେ ୬୩୧ଟି କୋଭିଡ୍ ଆକ୍ଟିଭ କେସ୍ ରହିଛି ।

 

Leave A Reply

Your email address will not be published.