କୋଇଲା ମାଫିଆଙ୍କ ଆକ୍ରମଣରେ ଦୁଇ ଆରପିଏଫ୍ କର୍ମଚାରୀ ଲହୁଲୁହାଣ

0

ଭଦ୍ରକ: କୋଇଲା ଚୋରି ରୋକିବାକୁ ଯାଇଥିବା ଆରପିଏଫ୍ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ । କୋଇଲା ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଦୁଇ ଜଣ ଆରପିଏଫ୍ କର୍ମଚାରୀ । ଭଦ୍ରକ ଜିଲ୍ଲା ଧାମରା ଅନ୍ତର୍ଗତ ନାଲଗୁଣ୍ଡା ପାଳଶପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

 

କୋଇଲା ମାଫିଆଙ୍କ ଆକ୍ରମଣରେ ଗୁରୁତର ଦୁଇ ଆର୍‌ପିଏଫ୍‌ କର୍ମଚାରୀଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ମୁକେଶ କୁମାର ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା । ଚାନ୍ଦବାଲି ଥାନା ପୋଲିସ ଆକ୍ରମଣ ଘଟଣାର ତଦନ୍ତ କରୁଛି ।

 

ଅଭିଯୋଗ ହୋଇଥିଲା ଧାମରାରୁ ଟ୍ରେନରେ ଆସୁଥିବା କୋଇଲା ଚୋରା ଚାଲାଣ ହେଉଛି । ଚୋରା କୋଲାକୁ ସ୍ଥାନୀୟ ଲୋକ ଇଟା ଭାଟିରେ ବ୍ୟବହାର କରୁଛନ୍ତି । ଏହାର ତଦନ୍ତ ପାଇଁ ଖୋର୍ଦ୍ଧା ଡିଭିଜନର ଦୁଇ ଜଣ ଆରପିଏଫ୍ କର୍ମଚାରୀ ଯାଇଥିଲେ । ଏତିକିବେଳେ ହଠାତ୍ କିଛି କୋଇଲା ମାଫିଆ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ।

Leave A Reply

Your email address will not be published.