ରାଜଧାନୀର ବିଭିନ୍ନ ବାରରେ ଅତର୍କିତ ରେଡ୍: ୪ଟି ବାର ସିଲ, ଫାଇନ୍ ଆଦାୟ

0

ଭୁବନେଶ୍ୱର: ଆକ୍ସନ ମୁଡରେ କମିଶରେଟ ପୋଲିସ । ରାଜଧାନୀର ବିଭିନ୍ନ ବାରରେ ରାତି ଅଧିଆ ରେଡ୍ । ଗତକାଲି ରାତିରେ ଅଚାନକ ଚଢ଼ାଉ କରିଛି କମିଶନରେଟ ପୋଲିସ । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୪ଟି ବାରକୁ ସିଲ୍ କରାଯାଇଛି । କଟକ ରୋଡରେ ଥିବା ସ୍ୱାଗତ ଓ ମହାନ୍ତି ବାର ଏବଂ ଖାରବେଳନଗର ଥାନା ଅଞ୍ଚଳରେ ଥିବା ଅଜିତ୍‌ ଓ ମେଡବୁଲ ପବକୁ ସିଲ କରାଯାଇଛି ।

ସିଲ ହୋଇଥିବା ବାର ଏବଂ ର ଗ୍ରାହକଙ୍କଠାରୁ ୩୨ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ବାରରେ ମଦ ବିକ୍ରି ପାଇଁ ଅନୁମତି ଥିଲା । କିନ୍ତୁ ଗ୍ରାହକଙ୍କୁ ବସାଇ ମଦ ପରିବେଷଣ କରାଯାଉଥିଲା । ଗତକାଲି ଖାରବେଳନଗର, ଲକ୍ଷ୍ମୀସାଗର, ଚନ୍ଦ୍ରଶେଖରପୁର, ଖଣ୍ଡଗିରି, କ୍ୟାପିଟାଲ, ସହିଦନଗର ଓ ଇନଫୋସିଟି ଥାନା ଅଞ୍ଚଳରେ ଥିବା ୨୦ରୁ ଅଧିକ ବାରରେ ଚଢଉ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.