ଏମିତି ଚାଲିଛି ଟିକା ଉତ୍ସବ: ଟିକା ଅଭାବରୁ ଓଡ଼ିଶାରେ ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ

0

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶରେ ଚାଲିଛି ଟିକା ଉତ୍ସବ । ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ଅଭିଯାନ ଚାଲିଛି । ଏପଟେ କିନ୍ତୁ ଓଡ଼ିଶାର ଟିକାର ଘୋର ଅଭାବ ଦେଖାଦଇଛି । ଟିକା ଅଭାବରୁ ଆଜି ରାଜ୍ୟର ୧୧ଟି ଜିଲ୍ଲା ଯାଜପୁର, ଭଦ୍ରକ, ପୁରୀ, ନୟାଗଡ଼, ସୋନପୁର, ଗଜପତି, ବୌଦ୍ଧ, ଝାରସୁଗୁଡା, ସମ୍ବଲପୁର, ଢେଙ୍କାନାଳ, କୋରାପୁଟରେ ବନ୍ଦ ରହିଛି ଟିକାକରଣ । ଆଜି ମାତ୍ର ୫୦୦ କେନ୍ଦ୍ରରେ ଟିକାକରଣ ହେଉଛି । ୬୧ ହଜାର ଡୋଜ୍ କୋଭାକ୍ସିନ୍ ଓ ୩ଲକ୍ଷରୁ ଅଧିକ କୋଭିସିଲ୍ଡ ଟିକା ଅଛି । ଯାହାକି ଆଜି ଶେଷ ହୋଇଯିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

ଟିକା ଅଭାବ ଓ ତୁରନ୍ତ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଗତକାଲି ପୁଣି ଥରେ ଚିଠି ଲେଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ତୁରନ୍କ ୧୦ ଦିନ ପାଇଁ ୨୫ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଯୋଗାଇବାକୁ ଦାବି କରିଥିଲେ । ଏବେ ରାଜ୍ୟରେ ଦୈନିକ ୩ଲକ୍ଷ ଟିକାକରଣ କ୍ଷମତା ରହିଛି । କିନ୍ତୁ ଟିକା ଅଭାବରୁ ଏହା ଲକ୍ଷେକୁ ଖସିଛି । କରୋନା ସଂକ୍ରମଣ ବଢୁଥିବା ବେଳେ ଟିକା ଅଭାବ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।

Leave A Reply

Your email address will not be published.