ଭିଣୋଇକୁ ହତ୍ୟା ପରେ କଟାମୁଣ୍ଡ ଧରି ବୁଲିଲା ଶଳା

0

ନବରଙ୍ଗପୁର: ଅନୈତିକ ସମ୍ପର୍କ ସନ୍ଦେହ ହେଲା କାଳ । ଭିଣୋଇକୁ ହତ୍ୟା କରି କଟାମୁଣ୍ଡ ଧରି ଗାଁରେ ବୁଲିବା ପରେ ଥାନାରେ ଆତ୍ମସମର୍ପଣ କଲା ଶଳା । ଘଟଣାଟି ଘଟିଛି ନବରଙ୍ଗପୁର ଝରିଗାଁ ଥାନା ହାତିବାଡି ଗାଁରେ ।

ସୂଚନା ଅନୁଯାୟୀ, ଗାଁର ଡମ୍ବରୁ ଗୌଡଙ୍କ ପିଉସୀ ଝିଅ ଭଉଣୀଙ୍କୁ ବିବାହ କରିଥିଲେ ରତନ ଗୌଡ । କିନ୍ତୁ ଭିଣୋଇ ରତନଙ୍କର ଡମ୍ବରୁଙ୍କ ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ଥିବା ଦୀର୍ଘ ଦିନରୁ ଡମ୍ବରୁ ସନ୍ଦେହ କରିଆସୁଥିଲେ । ଗତକାଲି ରତନ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ଏକ ଟାଙ୍ଗିଆରେ ରତନ ତାଙ୍କ ଉପରକୁ ଟାଙ୍ଗିଆରେ ଚୋଟ ପକାଇଥିଲେ । ଡମ୍ବରୁଙ୍କ ଗଣ୍ଡି ଓ ମୁଣ୍ଡ ଅଲଗା ହୋଇଯାଇଥିଲା । ଏହାପରେ ଡମ୍ବରୁ ରତନଙ୍କ କଟାମୁଣ୍ଡକୁ ଧରି ଗାଁରେ ବୁଲିଥିଲେ । ଏହା ପରେ ଝରିଗାଁ ଥାନାରେ ଆତ୍ମସମର୍ପଣ କରିଥିଲେ । ପୋଲିସ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରିଛି ।

Leave A Reply

Your email address will not be published.