IED ବିସ୍ଫୋରଣରେ ୨ ଯବାନ ସହିଦ, ୨ ଗୁରୁତର

0

ରାଞ୍ଚି: ଝାଡ଼ଖଣ୍ଡରେ ଆଇଇଡି ବିସ୍ଫୋରଣ ଘଟିଛି । ପଶ୍ଚିମ ସିଂହିଭୂମର ହୋୟାହତୁ ଗାଁ ନିକଟ ଜଙ୍ଗଲରେ ଏହି ବିସ୍ଫୋରଣ ଘଟିଛି । କମ୍ବିଂ ଅପରେସନ୍ ବେଳେ ହୋଇଥିବା ଆଇଇଡି ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ଝାଡ଼ଖଣ୍ଡ ପୋଲିସର ବୋଲି ଜଣାପଡ଼ିଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ମାଓବାଦୀ ଜଙ୍ଗଲରେ ଆଇଇଡି ଖଞ୍ଜି ଥିଲେ ।

 

ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ସିଆରପିଏଫ୍ ୧୯୭ ବାଟାଲିୟନର ଜଣେ ଯବାନ ଥିବା ଜଣାପଡ଼ିଛି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଏବେ କମ୍ବିଂ ଅପରେସନ୍ ଜାରି ରହିଛି ।

Leave A Reply

Your email address will not be published.