୧୦୦ ଜଣଙ୍କୁ ମାରି କୁମ୍ଭୀରକୁ ଦେଇଛନ୍ତି ଖାଦ୍ୟ

0

ନୂଆଦିଲ୍ଲୀ: ସେ ଜଣେ ଡାକ୍ତର ମାତ୍ର ପେଶାରେ ଥିଲେ ହାର୍ଡକୋର କ୍ରିମିନାଲ । ସିରିଏଲ କିଲର । ଯାହାର ଶିକାର ହୋଇଛନ୍ତି ୧୦୦ରୁ ଅଧିକ ନୀରିହ । କାର ଭଡାରେ ନେଇ ଡ୍ରାଇଭରଙ୍କୁ ହତ୍ୟା କରୁଥିଲା । ହତ୍ୟା ପରେ ପ୍ରମାଣ ଲୁଚାଇବାକୁ କୁମ୍ଭୀର ଭର୍ତ୍ତି ନଇରେ ଫୋପାଡି ଦେଉଥିଲା । ତା’ ବିରୋଧରେ ଥିବା ସବୁ ପ୍ରମାଣକୁ କୁମ୍ଭୀର ନଷ୍ଟ କରୁଥିଲେ । ଭାରତର ସବୁଠାରୁ ବଡ ଓ ଜଘନ୍ୟ ସିରିଏଲ କିଲର ଏବେ ନିଜ ରହସ୍ୟ ନିଜେ ଖୋଲିଛି ।

କହିଛି ୫୦ ନୁହେଁ ୧୦୦ରୁ ଅଧିକ ଲୋକଙ୍କୁ ମାରିଛି । ଏହି ସୈତନା ଡାକ୍ତରର ନାମ ହେଉଛି ଦେବେନ୍ଦ୍ର ଶର୍ମା । ଡାକ୍ତର ଭଳି ପେଶାରେ ରହି ମଧ୍ୟ କିଭଳି ଜଣେ ନୃଶଂସ ଭାବରେ ଜୀବନ ନେଇପାରେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ରାଜସ୍ଥାନରେ ପେଶାରେ ଡାକ୍ତର ଥିବା ଦେବେନ୍ଦ୍ର ଶର୍ମାକୁ ନେଇ ଆଶ୍ଚର୍ଯ୍ୟ କରିବା ଭଳି ଏକ ଖବର ସାମ୍ନାକୁ ଆସିଛି । ସିରିଅଲ କିଲର ଡାକ୍ତର ଦେବେନ୍ଦ୍ର ଶର୍ମା ପୂବର୍ରୁ ସ୍ୱୀକାର କରିଥିଲା ଯେ ୫୦ ଜଣଙ୍କୁ ହତ୍ୟା କରିବା ପରେ ସେ ଗଣିବାକୁ ଭୁଲି ଯାଇଥିଲା । କିନ୍ତୁ ଏବେ ସେ ଦେଇଥିବା ବୟାନ ଅନୁସାରେ ସେ ୧୦୦ରୁ ଅଧିକ ଲୋକଙ୍କ ହତ୍ୟା କରିଛି । ସବୁଠାରୁ ଭୟଙ୍କର ଏବଂ ଅଜବ ଧରଣର କଥା ହେଉଛି ହତ୍ୟା କରି ସାରିବା ପରେ ସେ ମୃତ ଶରୀର ଗୁଡ଼ିକୁ ଉତ୍ତର ପ୍ରଦେଶର ଏକ ଜଳାଶୟରେ ଥିବା କୁମ୍ଭୀର ମାନଙ୍କୁ ଖାଦ୍ୟ ରୂପରେ ଦେଇ ଦେଉଥିଲା ।

Leave A Reply

Your email address will not be published.