ପୋଲିସ ବାହିନୀରେ ୯୦୫ଟି ପଦବୀର ରାଶନାଲାଇଜେସନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

0

ଭୁବନେଶ୍ୱର : ପୋଲିସ ବାହିନୀଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ବଡ ଉପହାର । ଆଜି ପୋଲିସ ବାହିନୀରେ ୯୦୫ଟି ପଦବୀର ରାଶନାଲାଇଜେସନକୁ ବା ସୁଵ୍ୟଵସ୍ଥିକରଣକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ନିଷ୍ପତ୍ତି ଫଳରେ ୧୨୦ଟି ଥାନା ଓ ୬ଟି ଫାଣ୍ଡିର ସାମର୍ଥ୍ୟ ବୃଦ୍ଧି ହେବାସହ ୬ ଟି ନୂଆ ଥାନା ସୃଷ୍ଟି ହୋଇ ପାରିବ। କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ପୋଲିସ ବାହିନୀରେ ଅଧିକ ପୋଲିସ ପର୍ଶନେଲ ଉପଲବ୍ଧ କରାଇବା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନାଗରିକୈନ୍ଦ୍ରିକ ସେବା ଓ ଅପରାଧ ନିୟନ୍ତ୍ରଣରେ ଏହି ପୋଲିସ ପର୍ଶନେଲଙ୍କୁ ନିୟୋଜିତ କରାଯିବ । ରାଜ୍ୟ ସରକାରଙ୍କ ବଳିଷ୍ଠ ଓ କଠୋର ପଦକ୍ଷେପକାରଣରୁ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପର ଉଲ୍ଳେଖନୀୟ ହ୍ରାସ ପାଇଥିବା କାରଣରୁ ଏହି ରାଶନାଲାଇଜେସନକୁ ବା ସୁଵ୍ୟଵସ୍ଥିକରଣ କରିବା ପାଇଁ ସମର୍ଥ ହୋଇଛନ୍ତି । ଅର୍ଥାତ ମାଓ ଦମନ କାର୍ଯ୍ୟକଳାପ ଦମନରେ ନିୟୋଜିତ ପଦବୀ ଗୁଡିକୁ ସୁନିୟୋଯିତ କରାଯାଇ ବିଭିନ୍ନ ପୋଲିସ ଜିଲ୍ଲାର ଥାନା ଓ ଫାଣ୍ଡିରେ ଅବସ୍ଥାପିତ କରାଯିବ । ଥାନା ଗୁଡିକର ସାମର୍ଥ୍ୟ ବୃଦ୍ଧି ସହ ନୂଆ ୬ ଟି ଥାନା ସୃଷ୍ଟି ହୋଇ ପାରିବ । ରାଶନାଲାଇଜେସନକୁ ବା ସୁଵ୍ୟଵସ୍ଥିକରଣ ଅର୍ଥାତ ନୂତନ ପଦବୀ ସୃଷ୍ଟି ନକରି ମୂଳସ୍ଥାନରୁ ପଦବୀଗୁଡ଼ିକୁ ସୁଵ୍ୟଵଵସ୍ଥିତ ଢଙ୍ଗରେ କାର୍ଯ୍ୟରେ ଅନ୍ୟତ୍ର ନିୟୋଜିତ କାରାଯାଇ ପୋଲିସ ବାହିନୀର ଦକ୍ଷତା ବୃଦ୍ଧି କରାଯିବ ।

ବର୍ତ୍ତମାନ ରାଜ୍ୟରେ ଥିବା ଯେଉଁ ଥାନା ଗୁଡିକର ବାଇଫାରକେଶନ କରାଯାଇ ନୂଆ ଥାନା ଖୋଲାଯିବ ସେଗୁଡିକ ହେଲା ଖଣ୍ଡଗିରି ଥାନା, ଅନୁଗୁଳ ଟାଉନ ଥାନା, ଝାରସୁଗୁଡା ଟାଉନ ଥାନା, ଭଞ୍ଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡି ଥାନା । ରାଜ୍ୟର ୨୧ ପୋଲିସ ଜିଲ୍ଲାର ୨୨୦ ଟି ଥାନା ଓ ୬ ଟି ଫାଣ୍ଡିରେ ମାନବସମ୍ବଳ ବୃଦ୍ଧି କରିବାରେ ଏହି ରାଶନାଲାଇଜେସନକୁ ବା ସୁଵ୍ୟଵସ୍ଥିକରଣ ସହାୟକ ହେବ ।

Leave A Reply

Your email address will not be published.