କୋଇଲା ବୋଝେଇ ଟ୍ରକକୁ ପଛରୁ ପିଟିଲା ଟ୍ରେଲର, ଦୁଇ ଜଣଙ୍କର ମୃତ୍ୟୁ

0

ଅନୁଗୁଳ: ଦଶହରାରେ ଅନୁଗୋଳ-ସମ୍ୱଲପୁର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାକଡ଼ରେ ଠିଆ ହୋଇଥିବା କୋଇଲା ବୋଝେଇ ଟ୍ରକକୁ ପଛରୁ ପିଟିଲା ଟ୍ରେଲର । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଭାଗିରଥୀପୁର ଗାଁ ନିକଟରେ ।

ମୃତକମାନେ ହେଲେ ଟ୍ରେଲର ଡ୍ରାଇଭର ଓ ହେଲପର । ସେମାନଙ୍କର ପରିଚୟ ମିଳି ପାରିନାହିଁ । ଦୁର୍ଘଟଣା ପରେ ଟ୍ରେଲର ଡ୍ରାଇଭ ଓ ହେଲପର ଭିତରେ ଚାପି ହୋଇ ରହିଥିଲେ । ଜରପଡ଼ା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ମୃତକଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରିଥିଲେ । ପାଖାପାଖି ତିନି ଘଣ୍ଟା ପରେ ସେମାନଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରାଯାଇଥିଲା ।

ଭାଗିରଥୀପୁର ଗାଁ ରାସ୍ତାକଡ଼ରେ କୋଇଲା ବୋଝେଇ ଟ୍ରକଟି ଠିଆ ହୋଇଥିଲା । ଅନୁଗୋଳ ପଟରୁ ସମ୍ୱଲପୁର ଅଭିମୁଖେ ଆସୁଥିବା ଟ୍ରେଲର ପଛରୁ ଧକ୍କା ଦେଇଥିଲା । ଏତେ ଜୋରରେ ଦୁର୍ଘଟଣା ହୋଇଥିଲା ଯେ, ଟ୍ରେଲରର ଆଗ ଅଂଶ ଭାଙ୍ଗିରୁଜି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି ।

Leave A Reply

Your email address will not be published.