ଭୁବନେଶ୍ୱର କଳିଙ୍ଗବିହାରରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯୁବକ

0

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କଳିଙ୍ଗବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି । ଜଣେ ଜେଲ୍‌ ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରାଯାଇଥିବା ଜଣାପଡିଛି । ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟାର୍ଗେଟରେ ଥିବା ଯୁବକ ।

 

ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି କଳିଙ୍ଗବିହାର ଲକ୍ଷ୍ମୀ ମଣ୍ଡପ ସମ୍ମୁଖରେ ଜାମିନରେ ଆସିଥିବା ଜଣେ ଯୁବକଙ୍କ ଉପରକୁ ଗୁଳି ଚଳାଇଥିଲେ । କିନ୍ତୁ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୁବକ । ଘଟଣା ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ । ତେବେ କେଉଁ କାରଣରୁ ଏହି ଗୁଳିମାଡ ହୋଇଛି ତାହା ଜଣାପଡିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋକା ଜବତ କରିଛି । ଏଥି ସହ ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.