ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାର

0

ମାଲକାନଗିରି :ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଲାଞ୍ଚ ମାଗୁଛନ୍ତି ଡାକ୍ତର । ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରୁ ଏବେ ଏପରି ଏକ ଘଟଣା ସାମନାକୁ ଆସିଛି । ବାଲିମେଳା ସହରର ସୌମ୍ୟ ରଞ୍ଜନ ମହାନ୍ତି ନାମକ ଜଣେ ନାବାଳକଙ୍କ ହାତ ଭାଙ୍ଗିବା ପରେ ପରିବାର ଲୋକେ ତାଙ୍କ ହାତକୁ ପ୍ଲାଷ୍ଟର କରିବା ଲାଗି ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ନେଇଥିଲେ । ହେଲେ ସରକାରୀ ମେଡିକାଲ ଭିତରେ କଅଣ ଚାଲିଛି ଦେଖନ୍ତୁ ।

 

ରୋଗୀକୁ ଡାକ୍ତରଙ୍କ ପାଖରେ ଛାଡିଦେଇ କବାଟ ପାଖରେ ଆସି ଟଙ୍କା ମାଗୁଛନ୍ତି ଡାକ୍ତରଙ୍କ ଜଣେ ଆଟେଣ୍ଡାଣ୍ଟ । ହାତର ପ୍ଲାଷ୍ଟର ପାଇଁ ରୋଗୀଙ୍କ ସଂପର୍କିୟ ଠାରୁ ୨୦୦ ଟଙ୍କା ଲାଞ୍ଚ ମଧ୍ୟ ନେଉଛନ୍ତି ଡାକ୍ତରଙ୍କ ଆଟେଣ୍ଡାଣ୍ଟ । ହେଲେ ଏଇଠି ସରିନାହି କଥା କାମ ସରିବା ପରେ ଡାକ୍ତର ନିଳମାଧବ ରାୟଙ୍କ ଘରେ ଯାଇ ଦୁଇ ହଜାର ଟଙ୍କା ଦେବା ଲାଗି ମଧ୍ୟ କହୁଛନ୍ତି ଆଟେଣ୍ଡାଣ୍ଟ ।

 

ହେଲେ ଏଇଠି ପ୍ରଶ୍ନ ଉଠୁଛି ଯେ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ବ୍ୟବସ୍ଥା ରହିଥିବା ବେଳେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଏହି ଡାକ୍ତର ଓ କର୍ମଚାରୀ ମାନେ ରୋଗିଙ୍କ ଠାରୁ ଲାଞ୍ଚ ମାଗିବା ସହ ଶୋଷଣ କରୁଛନ୍ତି । ତେବେ ଏହି ଘଟଣା ସଂପର୍କରେ ଆମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ଏ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.