ଚୀନ ତିଆରି କଲା କୃତ୍ରିମ ସୂର୍ଯ୍ୟ: ୧୨୦ ମିଲିୟନ ଡିଗ୍ରୀର ତାପମାତ୍ରା ସୃଷ୍ଟି କରି ସ୍ଥାପନ କଲା ବିଶ୍ୱରେକର୍ଡ

0

ବେଜିଂ: ଚୀନ ଶୁକ୍ରବାର ପୁନର୍ବାର ବିଶ୍ୱକୁ ଚକିତ କରିବାରେ ସଫଳ ହୋଇଛି । ଚୀନର ନିର୍ମିତ କୃତ୍ରିମ ସୂର୍ଯ୍ୟ ୧୦୦ ସେକେଣ୍ଡ ପର୍ଯ୍ୟନ୍ତ ୧୨୦ ମିଲିୟନ ଡିଗ୍ରୀ ତାପମାତ୍ରା ସୃଷ୍ଟି କରି ବିଶ୍ୱ ରେକର୍ଡ ସ୍ଥାପନ କରିଛି । କୌଣସି ଦେଶ କୃତ୍ରିମ ଉପାୟରେ ଏତେମାତ୍ରାର ତାପମାତ୍ରା ସୃଷ୍ଟି କରିପାରି ନ ଥିଲେ । ଏଥିସହ ଆଣିବିକ ଗବେଷଣାରେ ଚୀନ ଅନ୍ୟମାନଙ୍କୁ ପଛରେ ପକାଇବାରେ ସଫଳ ହୋଇଛି । ଏହା ଦ୍ୱାରା ଭବିଷ୍ୟତରେ ଚୀନ ଆବଶ୍ୟକ ମୁତାବକ ଇନ୍ଧନ ପାଇପାରିବ ।

ଶେନଜେନର ସାଉଥ ୟୁନିଭରସିଟି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଫିଜିକ୍ସ ବିଭାଗର ନିର୍ଦ୍ଦେଶକ ଲି ମିଆଓ କହିଛନ୍ତି ଏହି ତାପମାତ୍ରାକୁ ଅଧିକ ସମୟ ଯାଏ ସ୍ଥିର ରଖାଯାଇପାରିବ ସେ ନେଇ ଗବେଷଣା ଚାଲିଛି । ଚୁମ୍ବକୀୟ କ୍ଷେତ୍ର ଏବଂ ପରମାଣୁ ଫ୍ୟୁଜନ ଉପରେ ଗବେଷଣା କରି ଆମେ ଏତେ ବାଟ ଆସିପାରୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.