ଚିନ୍ମୟୀ ପଣ୍ଡାଙ୍କ ଗଳ୍ପ ସଙ୍କଳନ ‘ମରୁମେଘ’ ଲୋକାର୍ପିତ

0

ଭୁବନେଶ୍ୱର : ତୀର ତରଙ୍ଗ ପବ୍ଲିକେଶନ ପକ୍ଷରୁ ପ୍ରକାଶିତ ଗାଳ୍ପିକା ଚିନ୍ମୟୀ ପଣ୍ଡାଙ୍କ ପ୍ରଥମ ଗଳ୍ପ ସଙ୍କଳନ ‘ମରୁମେଘ’ ଅନଲାଇନ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି।

 

ବରିଷ୍ଠ ସାହିତ୍ୟିକ ତଥା ପୂର୍ବତନ ପୁଲିସ ମହା ନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର , ବିଶିଷ୍ଟ କବି ରବି ନାରାୟଣ ସେନାପତି ଓ ଅନ୍ୟତମ ବିଶିଷ୍ଟ କବି ପ୍ରଦୀପ ବିଶ୍ୱାଳ ଭରଚୁଆଲ ମୋଡ଼ରେ ଅତିଥି ଭାବରେ ଯୋଗ ଦେଇ ଏହି ସଙ୍କଳନକୁ ଲୋକାର୍ପଣ କରିଥିଲେ। ଅତିଥି ମାନେ ପୁସ୍ତକଟିର ପ୍ରଶଂସା କରିବା ସହ ଲେଖିକାଙ୍କୁ ଅଭିନନ୍ଦନ୍ଦ ଜଣାଇଥିଲେ।

Leave A Reply

Your email address will not be published.