ସୀମା ଲଂଘୁଛି ବର୍ବରତା: ଚୋରୀ ଅଭିଯୋଗରେ ଯୁବକଙ୍କୁ ମାଡ ମାରିବା ସହ ଅଧା ଲଣ୍ଡା କରି ବୁଲାଇଲେ ଗାଁ ଲୋକେ

0

ନାଲକୋନଗର : ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ଅମନ୍ତପୁର ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅମନ୍ତପୁର ଗ୍ରାମର ଜଣେ ଯୁବକଙ୍କୁ ପାଇପ ଚୋରୀ କରିବା ଅଭିଯୋଗରେ ବସଲା ସାହିର ଯୁବଗୋଷ୍ଠୀ ନିସ୍ତୁକ ମାଡ଼ ଦେବା ସହ ଅଧା ଲଣ୍ଡା କରି ଗାଁରେ ବୁଲାଇଥିବା ଜଣା ପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଯୁବକ ଜଣଙ୍କ ଟ୍ରକରେ ହେଲପେର କାମ କରନ୍ତି । ଆଜି ସନ୍ଧ୍ୟାରେ ନାଲକୋ ସିପିପି ପ୍ଲାଣ୍ଟ ଛକ ନିକଟରେ ଟ୍ରକ ନିକଟରେ ଯୁବକ ଜଣଙ୍କ ଥିବା ବେଳେ ବସଲା ସାହିର କିଛି ଯୁବକ ସଙ୍ଘବଦ୍ଧ ହୋଇ ଆସି ମୋଟରସାଇକେଲ ଯୋଗେ ତାଙ୍କୁ ଉଠାଇ ନେଇଥିଲେ । ପରେ ପାଇପ ଚୋରୀ କରିଥିବା ଅଭିଯୋଗ କରି ଗାଁରେ ଉକ୍ତ ଯୁବକକୁ ନିସ୍ତୁକ ମାଡ଼ ମାରିବା ସହ ଅଧା ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇ ଥିଲେ । ଖବର ପାଇ ନାଲକୋ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା । ଅସୁସ୍ଥ ଥିବା ଯୋଗୁଁ ପୋଲିସ ତାଙ୍କୁ ନାଲକୋନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ଏହି ଘଟଣା ପରେ ମାଡ ମାରିଥିବା ଯୁବ ଗୋଷ୍ଟି ଫେରାର ହୋଇଥିବା ଜଣା ପଡ଼ିଛି ।

Leave A Reply

Your email address will not be published.