ପରିବା ଦର ଆକାଶଛୁଆଁ: ଚିନ୍ତାରେ ବ୍ୟବସାୟୀ, ଖାଉଟି

0

ଭୁବନେଶ୍ୱର: ଲୋକଙ୍କ ଚିନ୍ତା ବଢ଼ାଇଛି ବର୍ଦ୍ଧିତ ପରିବା ଦର । ପ୍ରାୟତଃ ସବୁ ପରିବାର ଦର ପାଖାପାଖି ୫୦ ଟଙ୍କା ଉପରେ । ପନିପରିବା ଦାମ ବୃଦ୍ଧି ଯୋଗୁଁ ପ୍ରଭାବିତ ହେଉଛି ସାଧାରଣ ଲୋକଙ୍କ ଜୀବନ।

ନିକଟରେ ହୋଇଥିବା ବନ୍ୟାରେ ବ୍ୟାପକ ଫସଲହାନୀ ଯୋଗୁଁ ପରିବା ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀମାନେ କହୁଥିବାବେଳେ ଦରକୁ ଦେଖି ବଢିଛି ଗ୍ରାହକଙ୍କ ଅସନ୍ତୋଷ ।

ବନ୍ୟାଜଳ ପଶି ଅନେକ ସ୍ଥାନରେ ଫସଲ ନଷ୍ଟ ହୋଇଛି । ଏପରି ସ୍ଥିତି ସୁଧୁରିବାକୁ ଆହୁରି ମାସେ ଦେଢ଼ମାସ ସମୟ ଲାଗିବ ବୋଲି ବ୍ୟବସାୟୀ ମାନେ କହିଛନ୍ତି । ଅନ୍ୟପଟେ କରୋନା ଯୋଗୁଁ ଅନେକଙ୍କ ଲୋକଙ୍କ ଆର୍ଥିକ ସ୍ଥିତି ଖରାପ ରହିଥିବାବେଳେ ଆକାଶଛୁଆଁ ପାରିବା ଦର ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି ।

ମୁଖ୍ୟତଃ ନଦୀ କୂଳିଆ ଅଞ୍ଚଳରୁ ସହର ଗୁଡ଼ିକୁ ପରିବା ଆସିଥାଏ । ମାତ୍ର ଅନେକ ଅଞ୍ଚଳରେ ବନ୍ୟାଜଳ ପଶି ଫସଲ ନଷ୍ଟ ହୋଇଛି ଯାହା ପାଇଁ ଦର ଏତେ ପରିମାଣରେ ବଢିଥିବା କୁହାଯାଉଛି । ସୂଚନାନୁସାରେ, ବଜ଼ାରରେ ଆଳୁ କିଲୋକୁ ୩୫ ଟଙ୍କା, ପିଆଜ ୩୦,ବିଲାତି ୫୦ଟଙ୍କା, ଭେଣ୍ଡି ୫୦, ବାଇଗଣ ୪୦ ଓ ପୋଟଳ କିଲୋକୁ ୧୦୦ ଟଙ୍କା ରହିଥିବା ଜଣାପଡିଛି ।

Leave A Reply

Your email address will not be published.