ପାଞ୍ଚଶହ ଲିଟର ଦେଶୀ ମଦ ଜବତ, ୧ ଗିରଫ

0

ଅନଗୁଳ : ଅନଗୁଳ ଥାନା ଅନ୍ତର୍ଗତ ଜରାସିଂଗା ଗ୍ରାମ ନିକଟରେ ପାଞ୍ଚଶହ ଲିଟର ଦେଶୀ ମଦ ଜବତ ସମେତ ୧ ଗିରଫ ହୋଇଛି l ଘଟଣାରୁ ପ୍ରକାଶ ଯେ ଢେଙ୍କାନାଳ ଜିଲ୍ଲା ଆମ୍ବପଳାସ ଠାରୁ OD-05k-7213 ଏକ ବୋଲେରୋ ଗାଡି ଯୋଗେ ପାଞ୍ଚଶହ ଲିଟର ଚୋରା ଦେଶୀ ମଦ ସହ ଅନଗୁଳ ଆଡକୁ ଆସୁଥିଲା l ଅବକାରୀ ବିଭାଗ କୈଣସି ସୂତ୍ରରୁ ସୂଚନା ପାଇ ପୁରୁଣା ଜରାସିଂଗା ନିକଟରେ ମୋବାଇଲ ଇନ୍ସପେକ୍ଟର କରୁଣା ଶଙ୍କର ତିୱାରିଙ୍କ ନେତୃତ୍ୱରେ ଚଢ଼ାଉ କରି ମଦ ସହ ବୋଲେରୋ ଗାଡିକୁ ଜବତ କରିଛନ୍ତି l ଏଥିରେ ସମ୍ପୂକ୍ତ ଥିବା ଜଗନ ନାଏକଙ୍କୁ ଗିରଫ କରି ଥିବା ବେଳେ ଘଟଣା ସ୍ଥଳରେ ବୋଲେରୋ ଚାଳକ କୌଶଳ କ୍ରମେ ଫେରାର ହୋଇ ଯାଇଛନ୍ତି l ଗିରଫ ହୋଇ ଥିବା ଜଗନଙ୍କ ଘର ପରଜଙ୍ଗ ଅଞ୍ଚଳର କନ୍ଦରସିଙ୍ଗା ଗ୍ରାମର ବୋଲି ଜଣା ପଡିଛି ଓ ଏହି ଚଢ଼ାଉରେ ଏଏସଆଇଏମଡି ଜାକିର ହୁସେନ, ଷ୍ଟାଫ ଭରତ ବେହେରା, ସନ୍ତୋଷ ସାହୁ, ସରୋଜ ସାହୁ, ପ୍ରଶାନ୍ତ ତ୍ରିପାଠୀ, ସୋନୁ ନାଏକ, ମମତା ପଳେଇ, କୁନ୍ତଳା ବେହେରା ଉପସ୍ଥିତ ଥିଲେ l ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । କଟକ ଜିଲ୍ଲାର ବିରୁଡ଼ା, ଢେଙ୍କାନାଳ ଜିଲ୍ଲାର ଆମ୍ବ ପଳାସରୁ ଚୋରାରେ ଦେଶୀ ମଦ ଆସି ପୁରୁଣା ଜରାସିଙ୍ଗାରେ ଗଛିତ ରଖି ଜିଲ୍ଲାର ଚାରିଆଡେ ସପ୍ଲାଇ କରାଯାଉଥିବାର ସନ୍ଦେହ କରାଯାଉଛି l ଏହାର ତଦନ୍ତ ଜାରି ରହିଛି ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.