ନାର୍କୋ ଆତଙ୍କବାଦ ଅଭିଯୋଗରେ ଦିଲ୍ଲୀରୁ ପାଞ୍ଚ ଆତଙ୍କବାଦୀ ଗିରଫ

0

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୋଲିସ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଶାକରପୁରରେ ଏନକାଉଣ୍ଟର ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଏହି ପାଞ୍ଚ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏଥି ସହ ଦିଲ୍ଲୀ ପୋଲିସ ମଧ୍ୟ ଏହି ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି। ଏହା ବ୍ୟତୀତ ଏହି ଆତଙ୍କବାଦୀଙ୍କ ଠାରୁ କିଛି ଜରୁରୀ ଡକ୍ୟୁମେଣ୍ଟ ମଧ୍ୟ ମିଳିଛି।

 

ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ ଶାକରପୁର ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଏହି ସମୟ ମଧ୍ୟରେ ଆତଙ୍କବାଦୀଙ୍କ ଏକ ବଡ଼ ଷଡଯନ୍ତ୍ରକୁ ଦିଲ୍ଲୀ ପୋଲିସ ଖଣ୍ଡନ କରିଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏହି ଆତଙ୍କବାଦୀଙ୍କୁ ନାର୍କ‌ୋ ଆତଙ୍କବାଦ ଅଭିଯୋଗରେ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ପଞ୍ଜାବର ଏବଂ ତିନି ଜଣ କାଶ୍ମୀରର ବୋଲି ସୂଚନା ମିଳିଛି।

Leave A Reply

Your email address will not be published.