ଖେଳରତ୍ନ ପାଇବେ ରୋହିତ ଶର୍ମାଙ୍କ ସମେତ ୪ ଖେଳାଳି

0

ନୂଆଦିଲ୍ଲୀ: କ୍ରୀଡା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇବେ ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା । ପୁରସ୍କାର ଚୟନ କମିଟି ଆଜି ଏଥିପାଇଁ ତାଙ୍କ ନାଁ ସୁପାରିଶ କରିଛି । ରୋହିତଙ୍କ ବ୍ୟତୀୟ ଆଉ ୩ ଜଣ ଖେଳାଳିଙ୍କ ନାଁ ମଧ୍ୟ ଚୟନ କରାଯାଇ ସରକାରଙ୍କ ପାଖକୁ ପଠାଯାଇଛି ।ସେହି ୩ ଜଣ ହେଲେ ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ରେସଲର ଭିନେଶ ଫୋଗଟ, ଟେବୁଲ ଟେନିସ ଚାମ୍ପିଅନ୍ ମନିକା ବାତ୍ରା ଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ମରିପ୍ପାନ ଥାଙ୍ଗାଭେଲୁ । ଚଳିତ ବର୍ଷ ଏହି ୪ ଜଣଙ୍କ ଏକାଥରକେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ମିଳିବ ।

୨୦୧୬ ପରେ ଏହି ସର୍ବୋଚ୍ଚ କ୍ରୀଡା ସମ୍ମାନ ପାଇଁ ଏକାସଙ୍ଗେ ୪ ଜଣଙ୍କ ନାଁ ସୁପାରିଶ କରାଯାଇଛି । ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ୪ ଥର କ୍ରିକେଟର ଭାବେ ଖେଳ ରତ୍ନ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି ।

Leave A Reply

Your email address will not be published.