ମହିଳା କନେଷ୍ଟବଳଙ୍କ ସହ ଦୁଷ୍କର୍ମ ଅଭିଯୋଗ, ଫାଣ୍ଡି ଅଧିକାରୀ ଗିରଫ

0

ବାଲେଶ୍ୱର: ଚାରିଆଡେ ଖେଳିଥିଲା ବାତ୍ୟା ୟାସ୍‌ର କୋକୁଆ ଭୟ । ସାଧାରଣ ଲୋକଙ୍କୁ ସୁରକ୍ଷା ଓ ସହାୟତା ଦେବା ପାଇଁ ନିୟୋଜିତ ହୋଇଥିଲେ ଓଡ୍ରାଫ୍‌, ଏନ୍‌ଡିଆରଏଫ୍ ଓ ପୋଲିସ ପ୍ରଶାସନ । ତେବେ ଖାସ କରି ବାତ୍ୟା ପରେ ପୋଲିସର ଭୂମିକାକୁ ମିଳିଥିଲା ଭୁରିଭୁରି ପ୍ରଶଂସା । ହେଲେ ବାତ୍ୟା ସମୟରେ ଜଣେ ଫାଣ୍ଡି ଅଧିକାରୀଙ୍କ ଦ୍ୱାରା ଜଣେ କାର୍ଯ୍ୟରତ ମହିଳା କନେଷ୍ଟବଳ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

 

ସାଧାରଣ ଲୋକଙ୍କ ପାଇଁ ରକ୍ଷକ ସାଜୁଥିବା ପୋଲିସ ଖୋଦ ନିଜ ଭକ୍ଷକ ସାଜିଛି । ବାଲେଶ୍ୱର ଗୋପାଳପୁର ଫାଣ୍ଡିର ଥାନା ଅଧିକାରୀଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ । ଜଣେ ମହିଳା କନେଷ୍ଟବଳଙ୍କୁ ସେ ଦୁଷ୍କର୍ମ କରିଥିବା ଖବର ସମଗ୍ର ଅଂଚଳରେ ଚହଳ ଖେଳାଇଛି ।

 

ମିଳିଥିବା ରିପୋର୍ଟ ଅନୁଯାୟୀ ଗତ ୨୫ ତାରିଖରେ ବାତ୍ୟା ୟାସ୍ ପାଇଁ ଗୋପାଳପୁର ଫାଣ୍ଡିରେ ଡ୍ୟୁଟିରେ ଥିଲେ ପୀଡିତା ମହିଳା କନେଷ୍ଟବଳ । ସେହି ସମୟରେ ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ଏହି ଘଟଣାକୁ ନେଇ ମହିଳା କନେଷ୍ଟବଳ ଜଣକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ହେଁ ଅନ୍ୟ କର୍ମଚାରୀମାନେ ତାଙ୍କୁ ବୁଝାସୁଝା କରିଥିଲେ ।

 

ପରେ ମହିଳା ଜଣକ ସାହାସ ଜୁଟାଇ ପର୍ବାଂଚଳ ଆଇଜିଙ୍କ ନିକଟରେ ଏ ସଂପର୍କରେ ଅଭିଯୋଗ କରିଥିଲେ । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ଆଇଜିଙ୍କ ନିର୍ଦ୍ଦେଶକ୍ରମେ ସଦର ଥାନା ପୋଲିସ ଆଜି ବଂଶୀଧର ପ୍ରଧାନଙ୍କୁ ଗିରଫ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.