ଗଞ୍ଜାମରେ ସ୍ଥିତି ସଙ୍ଗୀନ, ପୁଣି ୪ ଜଣଙ୍କ ଜୀବନ ନେଲା ମହାମାରୀ

0

ବ୍ରହ୍ମପୁର : ସାରା ବିଶ୍ୱରେ ମହାମାରୀ ନିଜର କାୟା ବଢ଼ାଇ ଚାଲିଥିବାବେଳେ ଓଡ଼ିଶାରେ ମଧ୍ୟ ସ୍ଥିତି ସଂଗୀନ ହେବାରେ ଲାଗିଛି । ସେହିପରି ଓଡ଼ିଶାର ହଟ୍ସପଟ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଗଞ୍ଜାମରେ ଆଜି ପୁଣି ୩୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ଶହେ ଟପିଛି । ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୯୯୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି ।

ଏହି ପରିସ୍ଥିତିରେ କରୋନା ମହାମାରୀ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଉଛି । ନିୟମ ଉଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବାରମ୍ବାର ଜନସାଧାରଣଙ୍କୁ ଅବଗତ କରାଯାଉଛି। ଅନ୍ୟ ପକ୍ଷେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ତଦାରଖ ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Leave A Reply

Your email address will not be published.