ବାହୁବଳୀ ପ୍ରଭାସ ହେଲେ ଏସିଆର ହ୍ୟାଣ୍ଡସମ ଅଭିନେତା
ମୁମ୍ବାଇ: ବାହୁବଳୀ ଫେମ୍ ପ୍ରଭାସ ଏସିଆର ହ୍ୟାଣ୍ଡସମ ଅଭିନେତା ଆଖ୍ୟା ପାଇଛନ୍ତି । ପାକିସ୍ତାନର ଇମ୍ରାନ ଅବାସ ନକବୀ ଓ ଜାପାନର ଜିନ ଅକାନିଶଙ୍କୁ ସେ ପଛରେ ପକାଇ ଦେଇଥିଲେ । ଉପରୋକ୍ତ ୨ ଅଭିନେତା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ବାହୁବଳୀ ଫିଲ୍ମ ମାଧ୍ୟମରେ ପ୍ରଭାସ ନିଜକୁ ବିଶ୍ୱସ୍ତରରେ ପରିଚିତ ଓ ପ୍ରତିଷ୍ଠିତ କରାଇ ପାରିଛନ୍ତି । ମହିଳାମାନେ ମଧ୍ୟ ତାଙ୍କ ପ୍ରତି ଆକର୍ଷିତ ରହୁଥିବା ଜଣାପଡିଛି । ହ୍ୟାଣ୍ଡସମ ହେବା ସହ ନମ୍ର ଏବଂ ଭଦ୍ର ବ୍ୟକ୍ତିତ୍ୱ ତାଙ୍କୁ ଲୋକପ୍ରିୟ କରାଇଛି ।
ରିପୋର୍ଟ ମୁତାବକ ତାଙ୍କର ରାଧେ ଶ୍ୟାମ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍ସୁକତା ଏବେଠାରୁ ବଢ଼ିବାରେ ଲାଗିଛି । ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟମାନେ ହେଲେ କିମ ହ୍ୟୁନ ଜୁଙ୍ଗ (ଦକ୍ଷିଣ କୋରିଆ), ନ୍ୟାନ ପୁକ ବୁନ (ଭିଏତନାମ), ହୋଙ୍ଗ ଜାଓମିଙ୍ଗ (ଚୀନ), ଭିଭିଆନ ଡିସେନା (ଭାରତ), ଫୱାଦ ଖାଁ (ପାକିସ୍ତାନ) ଓ ଥାନାୱତ ବତାନୁପୁତି (ଥାଇଲାଣ୍ଡ) ।