ଡେବ୍ୟୁ ଫିଲ୍ମ ପାଇଁ ପ୍ରସ୍ତୁତ ହରଭଜନ ସିଂ

0

ମୁମ୍ବାଇ: ପୂର୍ବତନ କ୍ରିକେଟର ହରଭଜନ ସିଂ ପ୍ରଥମ ଥର ପାଇଁ ଫିଲ୍ମ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି। ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ହେଉଛି ‌‘ଫ୍ରେଣ୍ଡସିପ୍’। ଫିଲ୍ମର ସୁଟିଂ ବି ଶେଷ ହୋଇ ସାରିଲାଣି। ଏହି ଚଳଚ୍ଚିତ୍ରର ନିର୍ମାତା କିରଣ ରେଡ୍ଡୀ ମାନ୍ଦାଦି ହରଭଜନଙ୍କ ଫିଲ୍ମ ସୁଟିଂ ଶେଷ ହେବା ନେଇ ତାଙ୍କ ପ୍ରଶଂସକଙ୍କୁ ଅବଗତ କରାଇଛନ୍ତି। ଏହାଛଡା ସିନେମା ପାଇଁ ଖୁବ୍‌ ଶୀଘ୍ର ହରଭଜନ ତାଙ୍କ ଡବିଂ ମଧ୍ୟ ଆରମ୍ଭ କରିବେ ବୋଲି ମଧ୍ୟ ନିର୍ମାତା କହିଛନ୍ତି।

ତେବେ ହରଭଜନଙ୍କ ସହ କାମ କରିବାର ଅନୁଭୂତି ବି ବେଶ୍‌ ନିଆରା ଥିଲା ବୋଲି କହିଛନ୍ତି ଫିଲ୍ମ ନିର୍ମାତା।

ହରଭଜନଙ୍କ ଏହି ମୁଭି ଏକାଧିକ ଭାଷାରେ ମୁକ୍ତିଲାଭ କରିବ। ତେବେ ରିୟଲ ଓ ରିଲ୍‌ରେ ହରଭଜନଙ୍କୁ ଦେଖିବାକୁ ଦର୍ଶକ ବେଶ୍‌ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମରେ ହରଭଜନଙ୍କ ବ୍ୟତୀତ ଅର୍ଜୁନ ଏବଂ ଲସଲିୟା ମଧ୍ୟ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

ଚଳିତ ମାସ ଶେଷ ସୁଦ୍ଧା ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଜନ୍ ପଲ୍ ରାଜ ଏବଂ ଶ୍ୟାମ ସୂର୍ଯ୍ୟ।

Leave A Reply

Your email address will not be published.