‘ବିସର୍ଜନ ନିୟମ ଭାଙ୍ଗିଲେ ହେବ କଡା କାର୍ଯାନୁଷ୍ଠାନ’

0

ଭୁବନେଶ୍ୱର: କରୋନା କାଳରେ ପାଳିତ ହେଉଛି ଦୁର୍ଗା ପୂଜା । କୋଭିଡ ଗାଇଡଲାଇନ୍ ପାଳନ ସହ ବିନା ଭକ୍ତରେ ମା’ଙ୍କ ପୂଜା ପାଳିତ ହେଉଛି । ତେବେ ମୂର୍ତ୍ତି ବିସର୍ଜନ ପାଇଁ ମଧ୍ୟ କଡା କଟକଣା ଲାଗୁ ହୋଇଛି । କଡା ନିୟମ ଲାଗୁ କରିଛି ବିଏମ୍‌ସି ।

ମୂର୍ତ୍ତି ବିସର୍ଜନ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି । ବିଏମ୍‌ସି  ଅଧିକାରୀମାନେ ଲଗାତାର ଭାବେ ପୋଖରୀର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏଥିସହ ମୂର୍ତ୍ତିରେ କେଉଁ ଧରଣର ରଙ୍ଗ ବ୍ୟବହାର ହୋଇଛି ତାହା ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରାଯାଇଛି ।

ଏହି କମିଟି ସଦସ୍ୟ ବିଭିନ୍ନ ପୂଜା ମଣ୍ଡପ ବୁଲି ମୂର୍ତ୍ତିରେ ବ୍ୟବହାର ହୋଇଥିବା ରଙ୍ଗର ଅନୁଧ୍ୟାନ କରିବେ । ଯଦି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ନିୟମ ଉଲ୍ଲଙ୍ଘନ ହୁଏ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡର ଗାଇଡ୍ ଲାଇନ୍ ଅନୁଯାୟୀ ପଦକ୍ଷେପ ନିଆଯାଉଥିବା  କହିଛନ୍ତି ବିଏମ୍‌ସି କମିଶନର ।

Leave A Reply

Your email address will not be published.