ପରିବର୍ତ୍ତନ କଲେ ବନାନ୍ କରୋନା ହେବ ଉଭାନ୍ !

0

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ବିଜ୍ଞାପନ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ବିଜ୍ଞାପନରେ ରହିଛି କରୋନାକୁ ମୂଳପୋଛ କରିବାର ଅଜବ ସମାଧାନ । ଏହି ବିଜ୍ଞାପନକୁ ଦେଖିଲେ ଯେ କେହି ବି ହସିବେ । ହେଲେ ଆନ୍ଧ୍ରପ୍ରଦେଶ ଅନନ୍ତପୁରମ୍‌ର ଜଣେ ବ୍ୟକ୍ତି ଏହି ବିଜ୍ଞାପନକୁ ପ୍ରଘଟ କରିବାରେ ଆଦୌ କୁଣ୍ଠାବୋଧ କରିନାହାନ୍ତି ।

 

ଏହି ବିଜ୍ଞାପନକୁ ଭିତ୍ତିହୀନ କହି ପ୍ରଥମେ ଇମ୍‌ତିଆଜ୍ ମେହମୁଦ୍ ନାମକ ଜଣେ ସୋସିଆଲ ମିଡିଆ ୟୁଜର ଟୁଇଟ୍ କରିଥିଲେ । ବିଜ୍ଞାପନ ଅନୁଯାୟୀ ଏସ୍‌.ଭି ଆନନ୍ଦ ରାଓ ନାମକ ଜଣେ ବ୍ୟକ୍ତି ଉଭୟ କରୋନା ଓ କୋଭିଡ୍‌-୧୯ର ବନାନ୍ ପରିବର୍ତ୍ତନ କଲେ କରୋନା ଭାଇରାସ୍ ଉଭାନ୍ ହୋଇଯିବ ବୋଲି ଦାବି କରିଛନ୍ତି ।

 

ଆନନ୍ଦ ରାଓଙ୍କ ଅନୁଯାୟୀ Corona କୁ Caronaa ଓ Covid-19 କୁ Covviyd-19 ଲେଖିଲେ କରୋନା ମୂଳପୋଛ ହେବ ବୋଲି ଏକ ହାସ୍ୟାସ୍ପଦ ତଥା ଭିତ୍ତିହୀନ ଦାବି କରିଛନ୍ତି । ଏହି ବିଜ୍ଞାପନଟି ସୋସିଆଲ୍ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଥିଲାବେଳେ ଲୋକେ ମିମ୍ ବନାଇବାକୁ ମଧ୍ୟ ପଛାଇନାହାନ୍ତି ।

Leave A Reply

Your email address will not be published.