କନ୍ଧମାଳ ଓ ମାଲକାନଗିରିରେ ହଜାରେ ଟପିଲା କରୋନା କେସ୍

0
ଭୁବନେଶ୍ୱର: ବେକାବୁ କରୋନା ଗଞ୍ଜାମ ଜିଲ୍ଲାରେ ଧୀରେ ଧୀରେ କାବୁକୁ ଆସୁଛି । କିନ୍ତୁ ଦକ୍ଷିଣ ଓଡ଼ିଶାରେ ଚିନ୍ତା ବଢ଼ାଇଛନ୍ତି କନ୍ଧମାଳ ଓ ମାଲକାନଗିରି ଜିଲ୍ଲା । ଏହି ଦୁଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଛି ।

କୋରାପୁଟରେ ୨୪ଘଣ୍ଟାରେ ୧୭୯ ଆକ୍ରାନ୍ତ 
କନ୍ଧମାଳ ଜିଲ୍ଲାରେ ଗୋଟଏ ଦିନରେ କରୋନା କରିଛି ରେକର୍ଡ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୭୯ କୋଭିଡ୍ ଆକ୍ରାନ୍ତ । ଏଯାଏଁ ସର୍ବାଧିକ । ପୂର୍ବରୁ ଗତ ୫ ତାରିଖରେ ସର୍ବାଧିକ ୭୪ ପଜିଟିଭ୍ କେସ୍ ସାମନାକୁ ଆସିଥିଲା ।

କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ଶହ ୪୧କୁ ବୃଦ୍ଧି ପାଇଛି । ୭୩୩ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୪୦୨ । ୬ ଜଣଙ୍କର ମୁଣ୍ଡର ନେଇଛି କରୋନା । ମେ ୧୭ ତାରିଖରେ କନ୍ଧମାଳ ଜିଲ୍ଲାରୁ ପ୍ରଥମ ପଜିଟିଭ୍ କେସ୍ ବାହାରିଥିଲା ।

ମାଲକାନଗିରିରେ ୧୦୩୦ ପଜିଟିଭ୍
ମାଲକାନଗିରି ଜିଲ୍ଲାରେ ହଜାରେ ଅତିକ୍ରମ କରିଛି ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୬୪ ଭୂତଣୁ ସଂକ୍ରମିତ । ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ୧ ହଜାର ୩୦ ।

ବର୍ତ୍ତମାନ ସୁଦ୍ଧା ୬୫୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଚିକିତ୍ସାଧୀନ ଅଛନ୍ତି ୩୭୧ ଆକ୍ରାନ୍ତ । ଦୁଇ ଜଣଙ୍କର ଜୀବନ ନେଇଛି କରୋନା । ମାଲକାନଗିରି ଜିଲ୍ଲାରୁ ମେ ୧୯ ତାରିଖରେ ପ୍ରଥମ ଆକ୍ରନ୍ତ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.