ଉତ୍ତରପ୍ରଦେଶ ମୁରାଦାବାଦରେ ଦୁର୍ଘଟଣା ନେଲା ୧୦ ଜୀବନ, ୧୦ରୁ ଅଧିକ ଆହତ

0

ଲକ୍ଷ୍ନୌ: ଅଶୁଭ ଶନିବାର । ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ୧୦ ଜୀବନ । ଆଉ ୧୦ରୁ ଅଧିକ ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ମୁରାଦାବାଦରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତିନିଟି ଗାଡ଼ି ପରସ୍ପର ସହ ପିଟି ହୋଇଥିଲେ । ମୁରାଦାବାଦ-ଆଗ୍ରା ହାଇଓ୍ୱେରେ ଦୁର୍ଘଟଣା ଘଟିଛି ।

 

ମିନି ବସ୍ ଓ କ୍ୟାଣ୍ଟର ମଧ୍ୟରେ ଧକ୍କା ହୋଇଥିଲା । ଏହାପରେ ଆଉ ଗୋଟିଏ ଗାଡ଼ି ଆସି ପିଟି ହୋଇଥିଲା । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଆଗକୁ ବଢ଼ିପାରେ ମୃତ୍ୟୁସଂଖ୍ୟା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଓଭର ଟେକିଂ ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି ।

 

ଏହି ଘଟଣା ପରେ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏ ଓ ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ।

Leave A Reply

Your email address will not be published.