ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦି, କରୋନାରେ ଥିଲେ ସଂକ୍ରମିତ

0

ନୂଆଦିଲ୍ଲୀ: ଦେଶ ପାଇଁ ଦୁଃଖଦ ଖବର । ଆଉ ନାହାନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦି । ଆଜି ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା ।

ସୁରେଶ ଅଙ୍ଗଦି କରୋନା ସଂକ୍ରମିତ ହୋଇଥିଲେ । ସେପ୍ଟେମ୍ବର ୧୧ ତାରିଖରେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଦିଲ୍ଲୀ ଏମ୍ସରେ ତାଙ୍କର ଚାଲିଥିଲା ଚିକିତ୍ସା । ସୁରେଶ ଅଙ୍ଗଦିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବହୁ ମନ୍ତ୍ରୀ, ସାଂସଦ ଓ ବିଶିଷ୍ଠ ବ୍ୟକ୍ତି ବିଶେଷ ।

କର୍ଣ୍ଣାଟକ ବେଲଗାମରୁ ଲୋକସଭା ସାଂସଦ ଥିଲା ସୁରେଶ ଅଙ୍ଗଦି । ଏହି ଆସନରୁ ୨୦୦୪ ମସିହାରୁ ଲଗାତାର ଚାରି ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । କର୍ଣ୍ଣାଟକର ଦ୍ୱିତୀୟ ସାଂସଦ ଭାବରେ କରୋନାରେ ପ୍ରାଣ ହରାଇଛନ୍ତି ସୁରେଶ ଅଙ୍ଗଦି । ପୂର୍ବରୁ ରାଜ୍ୟସଭା ସାଂସଦ ଥିବା ଅଶୋକ ଗାସ୍ତିଙ୍କର ଦେହାନ୍ତ ହୋଇଥିଲା ।

Leave A Reply

Your email address will not be published.