ହାତ ଗୋଡ ବାନ୍ଧି ଗାଡି ଚଢାଇ ହତ୍ୟା !

0

ଝାରସୁଗୁଡା : ଲଖନପୁର ଥାନା ଅନ୍ତର୍ଗତ ବେଲପାହାଡ଼ରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କିନ୍ତୁ ତାଙ୍କ ହାତ ଗୋଡ ବନ୍ଧା ହୋଇଛି । ଏଥି ସହ ତାଙ୍କ ମୁଣ୍ଡରେ କୌଣସି ଭାରୀଯାନ ଚଢାଇ ଦିଆଯାଇଥିବା ଅନୁମାନ କରାଯାଉଛି । ତେଣୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

ଗତକାଲି ରାତିରେ ଏହି ଘଟଣାଟି ଗତକାଲି ବିଳମ୍ଘବିତ ରାତିରେ ଘଟିଥିବା ଅନୁମାନ କରାଯାଉଛି । ଆଜି ସକାଳୁ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି । ମୃତକଙ୍କ ମୁଣ୍ଡରେ ଗାଡି ଚଢିଯାଇଥିବାରୁ ମୁହଁଟି ସମ୍ପୂର୍ଣ୍ଣ ନୟ୍ଟ ହୋଇଯାଇଛି । ତେଣୁ ତାଙ୍କର ପରିଚଯ ମିଳିପାରିନାହିଁ ।

Leave A Reply

Your email address will not be published.