ବିଶ୍ୱାସମତ ହାରିବା ୩ ଦିନ ପରେ ପୁନର୍ବାର ପ୍ରଧାନମନ୍ତ୍ରୀ ହେଲେ କେପି ଶର୍ମା ଓଲୀ

0

କାଠମାଣ୍ଡୁ: ନେପାଳର ରାଜନୈତିକ ଅସ୍ଥିରତା ଲଗି ରହିଥିବା ବେଳେ ଅନେକ ଥର ନୂଆ ଡ୍ରାମା ଦେଖିବାକୁ ମିଳୁଛି । ୩ ଦିନ ତଳେ ବିଶ୍ୱାସବତ ହାରିବା ପରେ କେପି ଶର୍ମା ଓଲୀ ପୁନର୍ବାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ନେପାଳ ସମ୍ବିଧାନ ଧାରା ୭୬(୩) ଅନୁସାରେ ଏହି ନିଷ୍ପତି ନିଆଯାଇଛି । ଏହାର କାରଣ ହେଲା ସେ ବିଶ୍ୱାସମତ ହାରିଥିଲେ ମଧ୍ୟ ବିରୋଧୀ ଦଳ ମଧ୍ୟ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରି ନ ଥିଲା ।

 

ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ତାଙ୍କୁ ଶପଥପାଠ କରାଇବେ । ୨ ବର୍ଷ ମଧ୍ୟରେ କେପି ଶର୍ମା ଓଲୀଙ୍କ ସରକାରର ପତନ ପାଇଁ ଅନେକ ଥର ଉଦ୍ୟମ ହୋଇଥିଲେ ମଧ୍ୟ ସେ ଏହାକୁ ବଂଚାଇବାକୁ ସଫଳ ହୋଇପାରିଛନ୍ତି ।

Leave A Reply

Your email address will not be published.