ମନେରହିବେ ଦିଲ୍ଲୀପ କୁମାର

0

ଭୁବନେଶ୍ୱର: ମନେରହିବେ ଲିଜେଣ୍ଡାରୀ ଆକ୍ଟର ଦିଲ୍ଲୀପ କୁମାର । ବଲିଉଡର ଟ୍ରାଜେଡି କିଙ୍ଗ ଭାବେ ପରିଚିତ ଦିଳ୍ଲୀପ କୁମାର ଓରଫ ମହମ୍ମଦ ୟୁସୁଫ ଖାନ୍ । ୯୮ ବର୍ଷରେ ବର୍ଷୀୟାନ୍ ଅଭିନେତା ସବୁଦିନ ପାଇଁ ବିଦାୟ ନେଇଛନ୍ତି । ପେଶୱାର ହାବେଳୀରେ ଜନ୍ମ ନେଇଥିବା ଦିଲ୍ଲୀପ ପିଲା ବେଳରୁ ଅଭିନୟ ପ୍ରତି ରଖିଥିଲେ ରୁଚି । ଯାହାପାଇଁ ଦିନେ ସେ ଜଣେ ଆଗଧାଡିର ଅଭିନେତାର ପରିଚୟ ପାଇଥିଲେ । ବଲିଉଡରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ମୁଭି ଦେଇ ତାଙ୍କର ଫ୍ୟାନ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ବନେଇ ପାରିଛନ୍ତି ସେ । ଆଜି ତାଙ୍କ ଅନୁପସ୍ଥିତି ବଲିଉଡ ପାଇଁ ଏକ ଅପୂରଣୀୟ କ୍ଷତି । କେବଳ ବଲିଉଡ ଇଣ୍ଡଷ୍ଟ୍ରୀ ନୁହେଁ ସାରା ଦେଶ ପକ୍ଷରୁ ସେହି ଭେଟେରାନ ଆକ୍ଟରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି . ..

Leave A Reply

Your email address will not be published.