ଗଜପତି ଜିଲ୍ଲାରୁ ଜବତ ହେଲା ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ

0

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପୋଲିସକୁ ବଡ଼ ସଫଳତା । ଏକ କଣ୍ଟେନର ଟ୍ରକରୁ ପାଖାପାଖି ୧୦୦୦ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ। ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ ମଧ୍ଯ କରିଛି। ଖବର ଅନୁଯାୟୀ ୧୦.୨୭ କ୍ୱିଣ୍ଟାଲ ଗଞ୍ଜେଇ ନେଇ ଏହି ଗାଡି ବୁରିପଦର ଅଞ୍ଚଳରୁ ଛତିଶଗଡ ଅଭିମୁଖେ ଯାଉଥିଲା।

କୌଣସି ସୂତ୍ରରୁ ଖବର ପାଇ ପୋଲିସ ମହେନ୍ଦ୍ରଗଡ ଛକ ନିକଟରେ ଟ୍ରକ ଟିକୁ ଅଟକାଇ ଛାନଭିନ କରି ଏହି ଗଞ୍ଜେଇ ଜବତ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ। ଗଞ୍ଜେଇ ଚୋରା କାରବାରରେ ସମ୍ପୃକ୍ତ ଥିବା ବିହାରର ଧରମବୀର କୁମାର ସିଂ ନାମକ ଏହି ଟ୍ରକ ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଛି।

Leave A Reply

Your email address will not be published.