ସମୁଦ୍ର ଉପକୂଳର ତଳି ଅଞ୍ଚଳରୁ ଲକ୍ଷେ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ, ଫୋକସରେ ବାଲେଶ୍ୱର

0

ବାଲେଶ୍ୱର: ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ବାଲେଶ୍ୱରରେ ବେଶୀ ପଡ଼ିପାରେ ୟସର ପ୍ରଭାବ । ଆଜି ଗ୍ରାଉଣ୍ଡରେ ପ୍ରାକ୍ ଓ ପରବର୍ତ୍ତୀ ବାତ୍ୟା ମୁକାବିଲା ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଆଇଜି ତଥା ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା । ସମୁଦ୍ର ଉପକୂଳର ତଳି ଅଞ୍ଚଳରେ ରହୁଥିବା ଲକ୍ଷେ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିହବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

 

ବାଲେଶ୍ୱରରେ କେବଳ ୧୨ଟି ଓଡ୍ରାଫ ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି । ଏହାସହ ଏନଡିଆରଏଫ୍, ଅଗ୍ନିଶମ ବାହିନୀ ଟିମ୍ ସହ ଓଡ଼ିଶା ପୋଲିସର ୧୫ ପ୍ଲାଟୁନ୍ ଫୋର୍ସ ସ୍ଥାନାନ୍ତର, ଉଦ୍ଧାର ଓ ଥଇଥାନ ପାଇଁ ମୁତୟନ ରହିବେ । ଏହି ସୂଚନା ଦେଇଛନ୍ତି ଆଇଜି ଯଶଓ୍ୱନ୍ତ ଜେଠଓ୍ୱା ।

 

ବାଲେଶ୍ୱର ଜିଲ୍ଲାର ୮୪ କିଲୋମିଟର ଅଞ୍ଚଳ ସମୁଦ୍ର ଉପକୂଳରେ ଆସୁଛି । ତଳି ଅଞ୍ଚଳରେ ଜିଲ୍ଲାର ୨୬ଟି ପଞ୍ଚାୟତର ୧୩୬ଟି ଗାଁ ଆସୁଛି । ସେସବୁ ଗାଁରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ୧୪୦ଟି ବାତ୍ୟା ଆଶ୍ରୟସ୍ଥଳ ଓ ୧୧ଶହ ୨ଟି ଅତିରିକ୍ତ ଆଶ୍ରୟ ସ୍ଥଳ ଚିହ୍ନଟ କରାଯାଇଛି ।

Leave A Reply

Your email address will not be published.