ନିର୍ବାଚନ ପୂର୍ବରୁ ଉନ୍ମୋଚନ, ଶିଳାନ୍ୟାସ; ଆଜି ପଶ୍ଚିମବଙ୍ଗ ଓ ଆସାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ପାଖେଇ ଆସୁଛି ନିର୍ବାଚନ । ଆରମ୍ଭ ହେବ ଉନ୍ମୋଚନ, ଶିଳାନ୍ୟାସ ପର୍ବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଓ ଆସାମ ରାଜ୍ୟ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉନ୍ମୋଚନ ସହ ଶିଳାନ୍ୟାସ କରିବେ । ପଶ୍ଚିମବଙ୍ଗର ହଳଦିଆରେ ପିଏମ୍ ମୋଦି ଏକ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଆସାମରେ ପିଏମ୍ ମୋଦି ସକାଳ ପ୍ରାୟ ୧୧.୪୫ରେ ମେଡିକାଲ କୋଠା ଲାଗି ଶିଳାନ୍ୟାସ କରିବେ ।

 

କେନ୍ଦ୍ରର ଭାରତମାଳା ପ୍ରକଳ୍ପ ଭଳି ଆସାମରେ ‘ଆସାମମାଳା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି ଯୋଜନାରେ ସୋନିତପୁର ଓ ଢେକିୟାଜୁଳି ରାଜରାସ୍ତାର ଶୁଭାରମ୍ଭ କରାଯିବ । ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଗୋଟି ମେଡିକାଲ ଓ କଲେଜ ଲାଗି ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

 

ସେହିପରି ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରି ବିପିସିଏଲର ଏଲପିଜି ଇମ୍ପୋର୍ଟ ଟର୍ମିନାଲକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିବେ । ୧୧୦୦ କୋଟି ଟଙ୍କାରେ ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲ ବାର୍ଷିକ ୧ ମିଲିୟନ୍ ମାଟ୍ରିକ୍ ଟ୍ରନ୍ କାର୍ଯ୍ୟ କରିବାର କ୍ଷମତା ରଖିଛି । ଏହାଛଡ଼ା ମୋଦି ୩୪୮ କିଲୋମିଟର ଲମ୍ବ ଡୋଭି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନର ଶୁଭାରମ୍ଭ କରିବେ । ମୋଦିଙ୍କ ପଶ୍ଚିମଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହିବେ ନାହିଁ ।

Leave A Reply

Your email address will not be published.