ମାମୁଁ ଘର ଗଲେ ରାଜା ଆଚାର୍ଯ୍ୟ

0

ଗ୍ୟାଙ୍ଗଷ୍ଟାର ତଥା କୁଖ୍ୟାଦ ଅପରାଧୀ ରାଜା ଆଚାର୍ଯ୍ୟ ଗିରଫ । ସରକାରୀ ଯାଗାରେ ଜଣେ ବ୍ୟକ୍ତିଙ୍କୁ ଘର ନିର୍ମାଣ କରି ରହିବାକୁ କହି ତାଙ୍କ ଠାରୁ ଘର ନିର୍ମାଣ ବାବଦକୁ ମାସକୁ ୨୦ ହଜାର ଟଙ୍କା ଦାଦା ବଟି ମାଗୁଥିଲା । ଏହି ଅଭିଯୋଗ ଆଧାରରେ ପୋଲିସ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଉ ଆଜି କ୍ୟାପିଟାଲ ଥାନା ପକ୍ଷରୁ ରାଜା ଆଚାର୍ଯ୍ୟକୁ ଗିରଫ କରାଯାଇଛି । ସେଠାରେ ପୋଲିସ ରାଜାକୁ ଗିରଫ କରି ଜେରା କରିବା ସହ ତାର ଅନ୍ୟ ଦୁଇ ସହଯୋଗୀଙ୍କ ସହ କୋର୍ଟ ଚାଲାଣ କରାଯାଇଛି । ସେପଟେ ଓଲଟି ପୋଲିସ ବଟି ମାଗୁଥିବା ରାଜା ଆଚାର‌୍ୟ୍ୟଙ୍କ ପାଲଟା ଅଭିଯୋଗ ଆଣିଛି । ସେ କହିଛି, ହାଇକୋର୍ଟରୁ ଅନୁମତି ପାଇବା ପରେ ସେ ଦୋକାନ ପକାଇଥିଲେ । ହେଲେ ପୋଲିସ ମିଥ୍ୟା ଅଭିଯୋଗରେ ଗିରଫ କରିଛି । ସେପଟେ ରାଜା ତାଙ୍କର ରାଗ ସାମ୍ବାଦିକ ମାନଙ୍କ ଉପରେ ମଧ୍ୟ ଦେଖାଇଛି । ରାଜାଙ୍କୁ କୋର୍ଟ ଚାଲାଣ ବେଳେ ସେ ଉତକ୍ଷିପ୍ତ ହୋଇଯାଇଥିଲା ।

ଏନେଇ ଏକ ଫାଇଲ୍ ସାମ୍ବାଦିକଙ୍କ ଉପରକୁ ଫିଙ୍ଗିଥିଲା ରାଜା ଆଚାର‌୍ୟ୍ୟ। ରାଜାର ମୋଟର ସାଇକେଲ ସହ ଶାବଳ ଓ ଦରିକୁ ମଧ୍ୟ ଜବତ କରିଛି ପୋଲିସ । ଯାହାଦ୍ୱାରା କମିଶନରଟ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ‘ଦାଦା ବଟି କୁ ନା’ କାର୍ଯ୍ୟକ୍ରମ ଶୁଭାରମ୍ଭର ମାତ୍ର ୨୪ ଘଣ୍ଟା ନ ବି ନ ପୁରୁଣୁ ପୋଲିସ ଏକ ବଡ଼ ସଫଳତା ପାଇଛି । ଆଉ କୁଖ୍ୟାଦ ଅପରାଧୀକୁ ପୁଣି ଥରେ ନିଜ କବଜ୍ଜାକୁ ନେବାରେ ସଫଳ ହୋଇ ପାରିଛି ପୋଲିସ । ଦାଦାବଟି ମାଗିଲେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ଗତକାଲି ସୂଚନା ଦେଇଥିଲେ । ଏହା ସହ ଦାଦା ବଟିକୁ ନା’ ନାମରେ ଏକ ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ କରିଥିଲେ । ଯେଉଁ କାର୍ଯ୍ୟକ୍ରମ ଟୁଇନସିଟି କଟକ-ଭୁବନେଶ୍ୱରକୁ ଦାଦା ବଟି ମୁକ୍ତ ମୂଳ ଲକ୍ଷ୍ୟ ରହିଛି । ସେପଟେ ଏହା ପୂର୍ବରୁ ବହୁ ଚର୍ଚ୍ଚିତ ବିରଂଚି ହତ୍ୟାକାଣ୍ଡ ମାମଲାରେ ଦୋସି ସାବ୍ୟସ୍ତ ହୋଇ ଗିରଫ ହେବା ସହ ସୁପ୍ରିମ କୋର୍ଟରୁ ଜାମିନରେ ଆସିଥିଲା ।

Leave A Reply

Your email address will not be published.