ଜମିରେ ପଡିଛି ଧାନ, ଚିନ୍ତାରେ ଚାଷୀ

0

କଳାହାଣ୍ଡି : କୃଷି ଓ କୃଷକ କଲ୍ୟାଣ ପାଇଁ ସରକାର କରିଛନ୍ତି ଅନେକ ଯୋଜନା । କିନ୍ତୁ କିଛି ବିଭାଗୀୟ ଅଧିକାରୀଙ୍କ ତାଳମେଳ ଅଭାଵରେ ନିରୀହ ଚାଷୀ ବଳି ପଡ଼ୁଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକରେ । ବର୍ତ୍ତମାନ ପର୍ଯ୍ୟନ୍ତ ଧାନ ଅମଳ ଶେଷ ହୋଇପାରିନାହିଁ । ମୌସୁମୀ ଆଗମନର ବର୍ଷା ଯୋଗୁଁ ଅନେକ ଚାଷୀ ଧାନ ଅମଳ କରିପାରିନାହାନ୍ତି । ଖାଲିଆଭଟା ଗ୍ରାମପଞ୍ଚାୟତ ପାଇକବାହାଲରେ ଧାନ ସବୁ କ୍ଷେତରେ ପଡିରହି ଗଜା ହେଲାଣି । ୩୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ୪୦ଏକର ଜମିରେ ଧାନ ରହିଥିବା ବେଳେ ୧୦ଏକର ଜମିରେ ଚାଷ ନଷ୍ଟ ହୋଇଥିବା ଜଣାପଡିଛି । ଯାହାଫଳରେ ଚାଷୀ ଚିନ୍ତାରେ ଭାଙ୍ଗି ପଡିଛନ୍ତି ।

ଏବେ ମଧ୍ୟ ଚାଷୀ ଧାନ ଫସଲ ଅମଳ କରୁଥିବା ଦେଖିବକୁ ମିଳିଛି । ଚଳିତ ବର୍ଷ ଜୟପାଟଣା ବ୍ଲକରେ ୫ଟି ପେକ୍ସ ଯୋଗେ ୧୭ଟି ମଣ୍ଡିରେ ଧାନ ସଂଗ୍ରହ ହେଉଥିବା ବେଳେ ପ୍ରାୟ ୭୦ରୁ ୮୦ଭାଗ ସଂଗ୍ରହ ହେଲାଣି । କିନ୍ତୁ ଏବେବି ଖୋଲା ଆକାଶ ତଳେ ପ୍ରତି ଗାଁ ର ଖଳା, ରାସ୍ତା ଓ ପଡିଆ ରେ ହଜାର ହଜାର କ୍ୟୁଣ୍ଟାଲ ଧାନ ପଡି ରହିଛି । ଟୋକାନ ଲେପ୍ସ ତଥା ଧାନ ଆଦ୍ରତା ଥିବା ଯୋଗୁଁ ଚାଷୀ ଧାନ ବିକ୍ରି କରି ପାରୁନାହାନ୍ତି । ଅନ୍ୟପକ୍ଷରେ ପ୍ରତି ମଣ୍ଡିରେ ଦଲାଲ ଓ ବେପାରୀ ସକ୍ରିୟ ଥିବା ବେଳେ ଚାଷୀ ମାନଙ୍କ ଧାନକୁ ମନଇଚ୍ଛା ଦରରେ କିଣୁଥିବା ବେଳେ ତାହାର ଉଚିତ ପ୍ରାପ୍ୟରୁ ଚାଷୀ ବଂଚିତ ହେଉଛି । ଯାହାଫଳରେ ଚାଷୀ ହତାଶ ହୋଇ ବସିଛି ।

ଗତ ଜୁନ ୧୦ରୁ ୧୪ତାରିଖ ପର୍ଯ୍ୟନ୍ତ ହୋଇଥିବା ବର୍ଷା ରେ ଚାଷୀଙ୍କ ଧାନ ନଷ୍ଟ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ କୃଷି ବିଭାଗ କିମ୍ବା ରାଜସ୍ୱ ବିଭାଗ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଚାଷୀ ମାନେ ଧାର କରଜ ତଥା ବ୍ୟାଙ୍କ, ପ୍ରାଥମିକ କୃଷି ସମବାୟ ସମିତିରୁ ହଜାର ହଜାର ଟଙ୍କା ଲୋନ କରି ଚାଷ କରୁଥିବା ବେଳେ, ବର୍ତ୍ତମାନ ତାଙ୍କର ମେରୁଦଣ୍ଡ ଭାଙ୍ଗି ପଡିଛି ।  ତେଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।v

Leave A Reply

Your email address will not be published.