ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ରାଜା ଗିରଫ

0

ଭୁବନେଶ୍ୱର: ଗିରଫ ହୋଇଛି ଗ୍ୟାଙ୍ଗଷ୍ଟର ଟିଟୋ ଗ୍ୟାଙ୍ଗର ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ଗିରଫ ଗ୍ୟାଙ୍ଗଷ୍ଟର ଜଣକ ହେଉଛି ସେକ୍ ରାଜା । ତା’ଠାରୁ ପୋଲିସ ଦେଶୀ ବନ୍ଧୁ ଓ କିଛି ଅଫୁଟା ଗୁଳି ଜବତ କରିଛି । ସେକ ରାଜା ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ଥିଲା । ଟିଟୋ ଗ୍ୟାଙ୍ଗର ଜଣେ ସକ୍ରିୟ ଭାବେ ଦୁର୍ଦ୍ଦାନ୍ତ ଅପରାଧୀ କାର୍ଯ୍ୟ କରୁଥିବା ସୂଚନା ଦେଇଛି ଏସଟିଏଫ । ଏବେବି ପାଖରେ ପିସ୍ତଲ ରଖି ବହୁ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିଲା ସେକ ରାଜା ।

ଭଦ୍ରକ ଗ୍ରାମାଂଚଳ ପୋଲିସ ଓ ଏସଟିଏଫର ମିଳିତ ଚଢ଼ାଉରେ ଭଦ୍ରକ ନୂଆ ବସ ଷ୍ଟାଣ୍ଡ ନିକଟରୁ ସେକ ରାଜାକୁ ଗିରଫ ହୋଇଛି । ଏଥିସହ ଟିଭିଏସ ଆପାଚି ଗାଡି ସହ ଏକ ବନ୍ଧୁକ ଜବତ କରିଛି ପୋଲିସ । କେନ୍ଦ୍ରାପଡା ଅଂଚଳର ସେକ ରାଜା ବହୁଦିନ ହେଲା ପୁରୁଣା ବଜାର ଅଂଚଳରେ ରହି ଆସୁଥିଲା । ସେକ ରାଜା ନାଁରେ ଢ଼େଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡା ଭଳି ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଲୁଟ ଭଳି ବିଭିନ୍ନ ଅପରାଧିକ ମାମଲା ରୁଜୁ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.