ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ !

0

ବାରିପଦା: ଉଦ୍ଧାର ହୋଇଛି ଜଣେ ମହିଳାଙ୍କ ମୃତଦେହ । ପାରିପାର୍ଶ୍ବିକ ସ୍ଥିତି କହୁଛି ବୋଧ ହୁଏ ମହିଳାଙ୍କ ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । କୃଷ୍ଣଚନ୍ଦ୍ରପୁର କେନ୍ଦୁଖୋଳ ପୋଲ ନିକଟସ୍ଥ କଲଭର୍ଟ ନିକଟରେ ଅପରିଚିତ ମହିଳାଙ୍କ ମୃତଦେହ ମିଳିଥିଲା ।

 

ମହିଳା ଜଣକ ଲାଲ ରଙ୍ଗର ଶାଢି, ପେଟିକୋଟ୍ ଓ ବ୍ଲାଉଜ ପିନ୍ଧିଥିଲେ । ଘଟଣାସ୍ଥଳରେ ବେତନଟୀ ପୋଲିସ ପହଂଚି ତଦନ୍ତ ଚଳାଇଛି । ଅନୁମାନ କରାଯାଉଛି ବାହାରକୁ କାମ କରିବାକୁ ଯାଇଥିବା ମହିଳା ଜଣକ ଘରକୁ ଫେରିବାବେଳେ ତାଙ୍କ ସହ କୌଣସି ଅଘଟଣ ଘଟିଥିଲା ।

Leave A Reply

Your email address will not be published.