ଦେବଦମ୍ପତିଙ୍କ ଯୁଗଳ ଦର୍ଶନ

0

ସୁବର୍ଣ୍ଣପୁର : ଦେବଦମ୍ପତିଙ୍କ ବିବାହ ଶେଷ ହୋଇଥିବା ବେଳେ ଆଜି ଯୁଗଳ ଦର୍ଶନ । କରୋନା କଟକଣା ଭିତରେ ଶୀଳଷଷ୍ଠୀ ଯାତ୍ରା ଶେଷ ହୋଇଛି ।ସୁବର୍ଣ୍ଣପୁର ଥାନପତି ପଡାର ଚନ୍ଦ୍ରଶେଖର ମନ୍ଦିରରୁ ବରାନୁଗମନ କରି କନ୍ୟା ପିତା ଘରକୁ ବରାତ୍ ପହଞ୍ଚିବା ପରେ, କନ୍ୟା ପିତାଙ୍କ ବାସଭବନରେ ବିବାହ ସମ୍ପୂର୍ଣ୍ଣ ହୋଇଛି ।  ବିବାହ କାର୍ଯ୍ୟ ସମ୍ପନ୍ନ ପରେ ଆଜି ଶ୍ରଦ୍ଧାଳୁ ମାନେ ଦେବଦମ୍ପତିଙ୍କୁ ଦର୍ଶନ କରୁଛନ୍ତି । ଭିଡ଼ ନକରି କରୋନା କଟକଣା ଭିତରେ ସୀମତି ସଂଖ୍ୟରେ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି ।

କରୋନା କଟକଣାରେ ବରାନୁଗମନ ଓ ବିବାହ ହୋଇଥିଲା । ଆଜି ଯୁଗଳ ଦର୍ଶନ ରହିଛି । ମଙ୍ଗଳ ଆଳତି ପରେ ପରେ ମାତା ପାର୍ବତୀଙ୍କୁ ଧରି ମନ୍ଦିର ବିଜେ କରିବେ ମହାଦେବ ।

Leave A Reply

Your email address will not be published.