ନକଲି ଔଷଧ କାରବାରର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

0

ଭୁବନେଶ୍ବର : ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ କରିବ ତଦନ୍ତ । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକରୁ ବିପୁଳ ପରିମାଣର ନକଲି ଔଷଧ ଠାବ ହେବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଚଢ଼ାଉ ବେଳେ ଫାଭିପିରାଭିର ସହ ଅନ୍ୟ ୯ଟି ନକଲି ଔଷଧ ଠାବ ହୋଇଥିଲା ।

 

ଗତ ଶୁକ୍ରବାର କଟକ କନିକା ଚକରେ ଥିବା ଏକ ମେଡିସିନ୍ ହୋଲସେଲରୁ ୬୯ ଲକ୍ଷରୁ ଅଧିକ ଟଙ୍କାର ନକଲି କରୋନା ଔଷଧ ଜବତ ହୋଇଥିଲା । ଏହା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚଢ଼ାଉ କରାଯାଇ ନକଲି ଔଷଧ ଜବତ କରାଯାଇଛି । ଏହି ଘଟଣାରେ ତଦନ୍ତ କରି ରିପୋର୍ଟ ଦେବାକୁ ପୁର୍ବରୁ ନିର୍ଦ୍ଦେଶ ଦେଇଥିଲା ସ୍ବାସ୍ଥ୍ୟ ବିଭାଗ । ନକଲି ଔଷଧ ରାଜ୍ୟର କେଉଁ ଜିଲ୍ଲାକୁ ଯୋଗାଣ ହୋଇଛି ସେନେଇ ମଧ୍ୟ ଯାଞ୍ଚ କରାଯାଉଛି । ଏହାସହ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବନି ବାଲି ଚେତାବନୀ ଦେଇଥିଲେ । ଆଜି ଏହି ଘଟଣାରେ କ୍ରାଇବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.