ସରିଲା ଓଡ଼ିଆ ଚଳଚ୍ଚିତ୍ର ‘ଗାୟିକା ନା ନାୟିକା’ର ମହୁରତ; ଖୁବ୍‌ ଶୀଘ୍ର ଆରମ୍ଭ ହେବ ସୁଟିଂ

0

ଭୁବନେଶ୍ୱର: ଓଲିଉଡ ଚଳଚ୍ଚିତ୍ର ‘ଗାୟିକା ନା ନାୟିକା’ର ମହୁରତ ଶୁକ୍ରବାର ଦିନ ସହରର ଏକ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା।

 

ଚଳଚ୍ଚିତ୍ରର କାହାଣୀ ଜଣେ ମହିଳା ଗାୟିକଙ୍କ ସଂଘର୍ଷ ଉପରେ ଆଧାରିତ।

 

ଚଳଚ୍ଚିତ୍ରରଟି ଗାୟିକ ରାନୁ ମଣ୍ଡଳଙ୍କ ଜୀବନ କାହାଣୀ ସହିତ ସମାନ ବୋଲି ପ୍ରଡକ୍ସନ୍ ହାଉସକୁ ସୂଚନା ଦେଇଛି।

 

ଅଭିନେତା ଓମ୍, ଐଶ୍ୱର୍ଯ୍ୟା, ଅଶ୍ରୁମୋଚନ ମହାନ୍ତି, ଚୌଧୁରୀ ବିକାଶ ଦାସ, ଭୂପତି ତ୍ରିପାଠୀ, କାଳୀ ଚରଣ, ଦେବୀ ବାରିକ୍, ନିରଂଜନ ଆଚାର୍ଯ୍ୟ, ଅର୍ଜୁନ, ବାପି, ଜ୍ୟୋତ୍ସାରାଣୀ, କୁସୁମ ତ୍ରିପାଠୀ ଏବଂ ମିତା ଚକ୍ରବତୀ ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ଅଭିନୟ କରିବେ।

 

LA ପ୍ରଡକ୍ସନ୍ସର ବ୍ୟାନରରେ ନିର୍ମିତ ଯୁବ ନିର୍ଦ୍ଦେଶକ ଜ୍ଞାନରଜଂନ ସାଥୁଆ ‘ଗାୟିକା ନା ନାୟିକା’ର ନିର୍ଦ୍ଦେଶନା ଦେବେ।

 

ଲିଜାରାଣୀ ସେଠୀ ଏବଂ ଅମୃତିଆନ୍ସା ଏହି ଚଳଚ୍ଚିତ୍ରର ନିର୍ମାତା।

 

ଏହି ଚଳଚ୍ଚିତ୍ରର କାହାଣୀ କାହାଣୀ ଲେଖିଛନ୍ତି ଜ୍ୟୋତ୍ସାରାଣୀ ଏବଂ ଶଶି ମିହରା ସଂଳାପ ଲେଖିଛନ୍ତି।

 

ମୋହିତ ଚକ୍ରବର୍ତ୍ତୀ ଏବଂ ଜତିନ୍ଦ୍ର ପ୍ରଧାନ ଏହାର ଗୀତ ସଂରଚନା କରିଛନ୍ତି।

Leave A Reply

Your email address will not be published.