ଚାଷୀଙ୍କ ସହ ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବୈଠକ

0

ନୂଆଦିଲ୍ଲୀ: କୃଷି ବିଲକୁ ବିରୋଧ କରି ତୀବ୍ର ହେଉଛି ଚାଷୀ ଆନ୍ଦୋଳନ । ଆଜି କେନ୍ଦ୍ର ସରକାରଙ୍କ ସହ କୃଷକ ସଂଗଠନର ପଞ୍ଚମ ପର୍ୟ୍ୟାୟ ଆଲୋଚନା ହେବ । ତାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏଥିରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ବି ସାମିଲ ଅଛନ୍ତି ।

 

ଚାଷୀଙ୍କ ସହ ବିଭିନ୍ନ ପର୍ୟ୍ୟାୟରେ ଆଲୋଚନାରୁ ନିଷ୍କର୍ଷ ବାହାରି ପାରୁନି । ନିଜ ଜିଦରେ ଅଟଳ ଅଛନ୍ତି କୃଷକ ସଂଗଠନ । ଦାବି ପୂରଣ ହେଲେ ଆସନ୍ତା ୮ ତାରିଖରେ ଦେଶବ୍ୟାପୀ ବନ୍ଦ ଡକରା ଦେଇଛନ୍ତି । ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ତାପୂର୍ବରୁ ବରିଷ୍ଠ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.