ଥାନା ଭିତରେ ପଶି ଅଭିଯୋଗକାରୀ ଦମ୍ପତିଙ୍କୁ ହାଣିଲେ ଦୁର୍ବୃତ୍ତ

0

ବାଲେଶ୍ୱର: ଥାନା ଭିତରେ ଅଭିଯୋଗକାରୀଙ୍କୁ ହାଣିଲେ ଦୁର୍ବୃତ୍ତ । ପୋଲିସ ଉପସ୍ଥିତିରେ ଏକାଧିକ ଲୋକ ସଂଘବଦ୍ଧ ଆକ୍ରମଣ କଲେ । ଥାନାରେ ଅଭିଯୋଗ କରିବାକୁ ଯାଇଥିବା ଦୁଇ ଜଣଙ୍କୁ ମାରଣାସ୍ତ୍ରରେ ହାଣି ଲହୁଲୁହାଣ କଲେ । ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଭିତରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଅଭିଯୋଗ କରିବାକୁ ଆସିଥିବା ଦମ୍ପତି ଗୁରୁତର ଆହତ ହୋଇଛନ୍ତି । ଦୁଇ ଆହତ ହେଲେ ରଘୁନାଥ ସାହୁ ଓ ପ୍ରତିମା ସାହୁ ।

 

ଗତକାଲି ବିଳମ୍ୱିତ ରାତିରେ ରେମୁଣା ଥାନା ଭିତରେ ପୋଲିସ ଉପସ୍ଥିତିର ଦମ୍ପତିଙ୍କୁ ଆକ୍ରମଣ କଲେ ଗୋଟିଏ ଗୋଷ୍ଠୀର ଲୋକ । ଏହି ଘଟଣା ପରେ କିଛି ସମୟ ପାଇଁ ଥାନାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଥାନାରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

 

ତେବେ ଆକ୍ରମଣ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବାରୁ ଏଯାଏ କାହାରିକୁ ଗିରଫ କରିନି ପୋଲିସ । ଥାନାରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ତନାଘନା ଚଳାଇଛି ରେମୁଣା ଥାନା ପୋଲିସ । ଏହି ଘଟଣା ପରେ

Leave A Reply

Your email address will not be published.